ମନୁଷ୍ୟ ତୁଳନାରେ ଅଧିକ ବୁଦ୍ଧିମାନେ ହେବ ଏଲନ ମସ୍କଙ୍କ ଟେସ୍ଲା ଓ ଏଆଇ
![](https://thetruths.in/wp-content/uploads/2022/09/Elon-Musk-Tesla.jpg)
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଟେସ୍ଲା ଦ୍ୱାରା ବ୍ୟବହୃତ ହେଉଥିବା ଏଆଇ ମାତ୍ର ୧୭ ବର୍ଷରେ ମଣିଷ ସମକକ୍ଷ ହୋଇପାରିବ ବୋଲି ଏକ ନୂଆ ଗବେଷଣାରେ ଦାବି କରାଯାଉଛି । ବୈଜ୍ଞାନିକଙ୍କ ଅନୁସାରେ ମାନବ ମସ୍ତିଷ୍କ ପୂର୍ଣ୍ଣ ପରିପକ୍ୱତାରେ ପହଞ୍ଚିବାକୁ ୨୫ ବର୍ଷ ଲାଗିଥାଏ। ତେବେ ଟେସ୍ଲା କ୍ଷେତ୍ରରେ ଏହା ବେସ୍ ଶୀଘ୍ର ହେଉଛି । ଗବେଷକମାନେ ମଣିଷ ବୁଦ୍ଧିକୁ କୃତ୍ରିମ ବୁଦ୍ଧି ପାର କରିଯିବ ବୋଲି ଦୀର୍ଘ ସମୟରୁ କହି ଆସୁଛନ୍ତି। ହେଲେ ଏହା କେବେ ହେବ ସେ ନେଇ ଭିନ୍ନ ଭିନ୍ନ ଭବିଷ୍ୟବାଣୀ ରହିଛି। ଏହି ଏନୁସାରେ ଅଟୋ ଟ୍ରେଡର ଭାନରାମାର ଏକ ଅଧ୍ୟୟନ ଅନୁସାରେ ୨୦୩୩ ବେଳକୁ ଟେସ୍ଲାଙ୍କ ନୂଆ ମାଇକ୍ରୋଚିପ୍ ମଣିଷ ତୁଳନାରେ ଅଧିକ ବୁଦ୍ଧିମାନ ଥିବ ବୋଲି ଦାବି କରାଯାଉଛି। କରାଯାଇଥିବା ଅଧ୍ୟୟନରୁ ଏଥିରେ ପ୍ରଥମରୁ ମାନବ ମସ୍ତିଷ୍କ ଭଳି ୩୬ ପ୍ରତିଶତ ସମାନ ପ୍ରଶଂସ୍କରଣ କ୍ଷମତା ରହିଛି। ପାଖାପାଖି ୧୦୦ ବିଲିୟନ ନୁରାନ୍ସ ମାନବ ମସ୍ତିସ୍କର ନିର୍ମାଣ କରିଥାନ୍ତି, ଯାହା ପିଲା ବର୍ଷକର ହେବା ବେଳକୁ ଆକାରରେ ୩ ଗୁଣା ହୋଇଯାଏ ଓ ୨୫ ବର୍ଷ ଆୟୁ ବେଳକୁ ପୂର୍ଣ୍ଣ ବିକଶିତ ହୋଇଥାଏ । ସେହି ଅନୁସାରେ ଦେଖିବାକୁ ଗଲେ ଟେସ୍ଲାଙ୍କ ଡି-ୱାନ୍ ମାଇକ୍ରୋଚିପ୍ ଢେର ଅଧିକ ଶକ୍ତିଶାଳୀ।
ଏହି ମାଇକ୍ରୋଚିପ୍ ପ୍ରତି ସେକେଣ୍ଡରେ ୩୬୨ ଟ୍ରିଲିୟନ ସଞ୍ଚାଳନର ପ୍ରବନ୍ଧନ କରିଥାଏ । ଏହାର ପ୍ରସଂସ୍କରଣ ଶକ୍ତି ପ୍ରଥମରୁ ମାନବ ମସ୍ତିଷ୍କର ଏକ ତୃତୀୟାଂଶ (୩୬ ପ୍ରତିଶତ)ରୁ ବି ଅଧିକ, ଯାହା ପ୍ରତି ସେକେଣ୍ଡରେ ଏକ କ୍ୱାଡ୍ରିଲିୟନ ଅପରେସନ କରିବାକୁ ସକ୍ଷମ ବୋଲି ଅଧ୍ୟୟନରୁ ଜଣାପଡିଛି। ଟେସ୍ଲାଙ୍କ ନୂଆ ଡି-ୱାନ ମାଇକ୍ରୋଚିପ୍ କୌଣସି ନିର୍ମାତାଙ୍କ ଦ୍ୱାରା ତାଙ୍କ କାରରେ ବ୍ୟବହାର କରିଥିବା ଚିପ୍ ତୁଳନାରେ ନିଶ୍ଚିତ ଅଧିକ ଶକ୍ତିଶାଳୀ। ତେବେ ଏହା ପୂର୍ବରୁ ୨୦୧୬ରେ ବ୍ୟବହୃତ ହୋଇଥିବା ଏନଭିଡିଆର ପ୍ରଥମ ଚିପ୍ ମାତ୍ର ୧୨ ଟ୍ରିଲିୟନ ହାସଲ କରିପାରିଥିଲା । ନୂଆ ଡି-ୱାନ୍ ଚିପ୍ ଡୋଜୋ ସୁପର କମ୍ପ୍ୟୁଟର ପ୍ଲାଟଫର୍ମ କମ୍ପାନୀଙ୍କ ଅଟୋ ପାଇଲଟ ସେଲଫ ଡ୍ରାଇଭିଂ ପ୍ରଣାଳୀର ଏକ ଘଟକମାତ୍ର। ଏଣୁ ଆମ ଜୀବନକାଳରେ ଟେକ୍ନୋଲଜି ବୃଦ୍ଧି ମାମଲାରେ ମଣିଷଠୁ ଆଗକୁ ଚାଲି ଯିବ ବୋଲି କହିବା ଏବେ ଆଉ ପାଗଳାମୀ କୁହାଯାଇ ପାରିବନି। ମସ୍କଙ୍କ କମ୍ପାନୀ ଖୁବ୍ ଶୀଘ୍ର ଏହି ଚିପ୍ ତାଙ୍କ ବାହନରେ ଉପଲବ୍ଧ କରାଇବେ । ଏଣୁ ୨୦୩୩ ବେଳକୁ ମସ୍କଙ୍କ ଟେସ୍ଲାର ଏଆଇ ମଣିଷଠୁ ବି ଅଧିକ ବୁଦ୍ଧିଆ ଥିବ ବୋଲି କୁହାଯାଇଛି। କାରଣ ମଣିଷର ମସ୍ତିଷ୍କ ଯେପରି ସଞ୍ଚାଳିତ ହେଉଛି ସେହି ଅନୁସାରେ ଗବେଷକମାନେ ଚିପ୍ ବିକଶିତ କରୁଛନ୍ତି।