ଆଜି ଠାରୁ ୧୧ ଟ୍ରେନ୍ ବାତିଲ୍
ଭୁବନେଶ୍ୱର : କୋଭିଡ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନ ମାନଙ୍କରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ୯ ତାରିଖରୁ ୨୨ ତାରିଖ ମଧ୍ୟରେ ୬ ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ଶନିବାର ଓ ରବିବାର ଦିନ ପାଇଁ ୫ଟି ଟ୍ରେନ୍ ବାତିଲ ରହିବ । ଅପରପକ୍ଷରେ ଲକଡାଉନ୍ ବଳବତର ଥିବା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କେନ୍ଦ୍ର ଗୁଡିକୁ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଖୋଲା ରଖିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି ।
ସୂଚନା ଅନୁଯାୟୀ ଅଗଷ୍ଟ ମାସ ୯ ରୁ ୨୨ ତାରିଖ ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ୍ ଗୁଡିକ ହେଲା ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୍ , ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ , ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୍ , ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ , ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ୍ ଓ ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ୍ ।
ସେହିପରି ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ ହେବାକୁ ଥିବା ଟ୍ରେନ୍ ଗୁଡିକ ହେଲା ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ) , ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ, ) , ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ) , ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ୍ (୨୧ ଓ ୨୨ ଅଗଷ୍ଟ, ) ଓ ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ୍ (୨୧ ଓ ୨୨ ଅଗଷ୍ଟ) । ଏହା ବ୍ୟତୀତ ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ବିଶେଷ ଟ୍ରେନ୍ ୯ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଏବଂ ୨୧ ଓ ୨୨ ଅଗଷ୍ଟରେ ବାତିଲ ରହିବ ।୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଟ୍ରେନ ଉଭୟ ପାର୍ଶ୍ୱରୁ ୯ ରୁ ୨୦ ଅଗଷ୍ଟ, ୨୦୨୧ ମଧ୍ୟରେ (ଶନିବାର ଓ ରବିବାର ବାତିଲ୍ ବ୍ୟତୀତ) ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ ।