ଖରାଦିନେ ଖାଆନ୍ତୁ ଏହି ଫଳ ! ସୁସ୍ଥ ଓ ସୁନ୍ଦର ରହିବ ଶରୀର
ଗରମ ଦିନ ଆସିଗଲାଣି । ନିଜକୁ ଫିଟ୍ ଏବଂ ରୋଗମୁକ୍ତ ରଖିବା ପାଇଁ ଡାକ୍ତର ମଧ୍ୟ ଫଳ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । ଯେମିତି ଆମ୍ବ, ତରଭୁଜ, କାକୁଡି, କମଳା, କଦଳୀ, ଅଙ୍ଗୁର ଓ ପାଚିଲା ଭଣ୍ଡା ନିହାତି ଖାଇବା ଉଚିତ । ଏହି ଫଳ ଓ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇପାରେ ସାହାଯ୍ୟ କରିଥାଏ । ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କୁ ଏହି ଫଳ ନିହାତି ଖାଇବା ଉଚିତ୍ । ଏହି ଫଳରେ ଭିଟାମିନ୍ ସି ଭରପୁର ପରିମାଣରେ ମିଳିଥାଏ ।
ଆମ୍ବ: ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବର ଅପେକ୍ଷା କରିଥାନ୍ତି । ଫଳର ରାଜା ଆମ୍ବ ହୋଇଥାଏ । ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ମିଠା । ସେହିଭଳି ଆମ୍ବରେ ଭିଟାମିନ୍ ସି ରହିଥାଏ । ଆଖି, ଚର୍ମ, କୋଲେଷ୍ଟ୍ରଲ, ହଜମ ଶକ୍ତି ବଢ଼ାଇବା ସହ କ୍ୟାନ୍ସର ଭଳି ସାଂଘାତିକ ରୋଗରୁ ରକ୍ଷା ମିଳିଥାଏ ।
କଦଳୀ: କଦଳୀ ଏପରି ଏକ ଫଳ ଯାହା ସବୁ ଋତୁରେ ମିଳିଥାଏ । କଦଳୀରେ ଭିଟାମିନ୍ ଏ,ବି,ସି,ଇ, ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-୬ ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।
କମଳା: କମଳା ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ମଧ୍ୟ ବହୁତ ମାତ୍ରାରେ ମିଳିଥାଏ । ସନ୍ତରାରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ । ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । ଓଜନ କମାଇବା ପାଇଁ ମଧ୍ୟ କମଳା ଲାଗଦାୟକ । ଥଣ୍ଡା ଏବଂ କାଶରୁ ମଧ୍ୟ ମୁକ୍ତି ଦେଇଥାଏ କମଳା ।
ଅମୃତଭଣ୍ଡା: ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ଅମୃତ ଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଯାହାଦ୍ୱାରା ଆଖି ଏବଂ ଇମ୍ୟୁନିଟି ୨ଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ । ଯାହା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।