ଖାଦ୍ୟ ଖାଇବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ଦେଖାଦେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା
ଗ୍ରୀଷ୍ମ ଋତୁରେ ଲୋକେ ନ ଛାହିଁକି ବି ଅଧିକ ଥର ଗାଧାନ୍ତି । କାରଣ ତାପମାତ୍ରା ବୃଦ୍ଧି ଏବଂ ପ୍ରବଳ ଝାଳ ବୋହିବା କାରଣରୁ ଶରୀର ଅପରିଷ୍କାର ଥିବାଭଳି ଅନୁଭବ ହୁଏ । ସେଥିପାଇଁ ଅଧିକାଂଶ ଲୋକେ ୩ରୁ ୪ଥର ସ୍ନାନ କରନ୍ତି । ଏଭଳି ପରିସ୍ଥିତିରେ, କିଛି ଲୋକ ଏପରି ଭୁଲ୍ କରନ୍ତି । ଯାହା କରିବା ଉଚିତ୍ ନୁହେଁ । ଅନେକ ଲୋକ ରାତିରେ ଖାଦ୍ୟ ଖାଇବା ପରେ ଗାଧାନ୍ତି । ଆପଣଙ୍କୁ ଜଣାଇଦେଉଛୁଯେ, ଏହାଦ୍ୱାରା ଆପଣ ଅନେକ ରୋଗକୁ ନିଜ ଆଡ଼କୁ ନିମନ୍ତ୍ରଣ କରିଥାନ୍ତି । ଖାଦ୍ୟ ଖାଇବା ପରେ ସ୍ନାନ କରିବାର ଅଭ୍ୟାସ ଆପଣଙ୍କ ପାଇଁ ଏକ ଆଲାର୍ମ ଘଣ୍ଟି ପରି ହୋଇପାରେ । ଏହି କାରଣରୁ ତୁମର ଓଜନ ମଧ୍ୟ ବୃଦ୍ଧି ହୋଇପାରେ । ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜିପାରେ ।
୧-ସକାଳ ଜଳଖିଆ ହେଉ କିମ୍ବା ରାତ୍ରୀ ଭୋଜନ, ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବାସ୍ତବରେ, ସ୍ନାନ କରିବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ, ଯେଉଁଥିପାଇଁ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ ।
୨-ଅଧିକାଂଶ ଲୋକ ଖାଇବା ପରେ ଫଳ ଖାଆନ୍ତି । ଏପରି ଲୋକ ନିଜର ଭଲ ଶରୀରକୁ ଖରାପ କରନ୍ତି । ବାସ୍ତବରେ, ଏହା କରିବା ଦ୍ୱାରା ଏସିଡିଟି ବଢ଼ିଥାଏ ।
୩-ଆପଣ ନିଶ୍ଚୟ ଦେଖିଥିବେଯେ, କିଛି ଲୋକ ଖାଇବା ପରେ ଧୂମ୍ରପାନ କରନ୍ତି । ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଏହାଦ୍ୱାରା କର୍କଟ ରୋଗ ହୋଇଥାଏ । ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ଅବସରରେ ଲୋକମାନଙ୍କୁ ଏନେଇ ସଚେତନ କରାଯାଏ । ଧୂମ୍ରପାନଠାରୁ ଦୂରେଇ ରହୁନ୍ତୁ ବୋଲି ପରାମର୍ଶ ଦିଆଯାଏ । ଏହାଛଡ଼ା ଖାଦ୍ୟ ଖାଇବା ପରେ ଭୁଲରେ ବି ଧୂମ୍ରପାନ କରନ୍ତୁ ନାହିଁ । ଏହାଦ୍ୱାରା ଶରୀର ଓଜନ ବଢ଼ିପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ।
୪-କିଛି ଲୋକ ଖାଇବା ପରେ ଶୀଘ୍ର ଶୋଇପଡନ୍ତି । ଏପରି ପରିସ୍ଥିତିରେ ଆପଣଙ୍କ ଶରୀର ଖାଦ୍ୟକୁ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୁଏ ନାହିଁ । ଏହା ଆପଣଙ୍କ ହଜମ ପ୍ରକ୍ରୀୟାକୁ ଖରାପ କରିପାରେ । ସେଥିପାଇଁ କୁହାଯାଏଯେ, ଖାଇବାର ତୁରନ୍ତ ପରେ ୧୦-୧୫ ମିନିଟ୍ ଚାଲିବା ଉଚିତ୍ ।