ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ଯିବାକୁ ପଡ଼ିବନି ଜିମ୍
ଓଜନ ହ୍ରାସ କୌଣସି ବ୍ୟକ୍ତିଙ୍କ ପାଇଁ ଏତେ ସହଜ ନୁହେଁ । କାରଣ ଏଥିପାଇଁ ଡାଏଟ୍ ଏବଂ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ । ଅନେକ ଚେଷ୍ଟା ସତ୍ତ୍ଵେ ପେଟ ଏବଂ ଅଣ୍ଟାରେ ଥିବା ଚର୍ବି ହ୍ରାସ ହୁଏ ନାହିଁ । ବହୁତ କମ୍ ଲୋକ ଜାଣିଛନ୍ତିଯେ ରାତ୍ରି ଭୋଜନରେ ସେମାନେ କ’ଣ ଏବଂ କେତେ ଖାଇବା ଉଚିତ । ତାହା ଉପରେ ମଧ୍ୟ ଓଜନ ବୃଦ୍ଧି ନିର୍ଭର କରେ । ଯଦି ଆପଣ ରାତିରେ ପୂର୍ଣ୍ଣ କିମ୍ବା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି । ତେବେ ଆପଣ ଏକ ବଡ ଭୁଲ୍ କରୁଛନ୍ତି । ଏହି କାରଣରୁ, ପେଟର ଚର୍ବି ଶୀଘ୍ର ବଢିଥାଏ ।
ଯଦି ଆପଣ ନିଜ ଓଜନ ହ୍ରାସ କରିବାକୁ ନେଇ ଗମ୍ଭୀର ଅଛନ୍ତି । ତେବେ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ । କାରଣ ଭୋଜନ ପରେ ତୁରନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା ବ୍ୟତୀତ, ଆପଣ ଏପରି କିଛି ପାନୀୟ ପଦାର୍ଥକୁ ଗ୍ରହଣ କରନ୍ତୁ ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଅନେକ ଔଷଧୀୟ ଗୁଣ ହଳଦୀରେ ରହିଛି । ଏଥିସହିତ କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ବୋଲି ମଧ୍ୟ କୁହାଯାଏ । କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଓଜନ ହ୍ରାସ କରିବାରେ ଏହି ଦୁଇଟିର ମିଶ୍ରଣ ଅତ୍ୟନ୍ତ ସାହାଯ୍ୟକାରୀ । ତେଣୁ ରାତିରେ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ ।
ଯଦି ଆପଣ ପେଟ କମାଇବାକୁ ଚାହୁଁଛନ୍ତି । ତେବେ ମେଥି ଚା’ ପିଇବା ଆରମ୍ଭ କରନ୍ତୁ । ଯେତେବେଳେ ଆପଣ ରାତିରେ ଅଧିକ ଖାଦ୍ୟ ଖାଆନ୍ତି । ଏକ ଭଲ ହଜମ ଆବଶ୍ୟକ ହୁଏ । ଏପରି ପରିସ୍ଥିତିରେ ମେଥି ଚା’ ହଜମ ଶକ୍ତି ବଢାଇଥାଏ । ଏବଂ ଓଜନ ହ୍ରାସ କରିଥାଏ । ଏଥିପାଇଁ, ଆପଣ ଏକ ଚାମଚ ମେଥିକୁ ଗ୍ଲାସ୍ ପାଣିରେ ରଖି ରାତିସାରା ଭିଜାନ୍ତୁ । ସକାଳେ ଏହି ପାଣି ଛାଣିକି ରଖନ୍ତୁ । ଏବଂ ରାତିରେ ଟିକେ ଗରମ କରିବା ପରେ ଏହି ପାଣି ପିଅନ୍ତୁ । ଏହାର ପ୍ରଭାବ କିଛି ଦିନ ମଧ୍ୟରେ ଦୃଶ୍ୟମାନ ହେବ ।