ଡିଏନ୍ଏଲ୍ଏ ଉଗ୍ରବାଦୀମାନେ ପାଂଚ ଡ୍ରାଇଭର ଏବଂ ଖଲାସୀଙ୍କ ହତ୍ୟା ପରେ ଟ୍ରକ୍ରେ ଲଗାଇଲେ ନିଆଁ
ଡିମାହସାଉ(ଆସାମ) : ଲମ୍ବା ବ୍ରେକ୍ ପରେ ପୁଣିଥରେ ଡିମାହସାଉ ଜିଲ୍ଲାରେ ରକ୍ତର ଖେଳ ଖେଳ ଆରମ୍ଭ ହୋଇଯାଇଛି । ଜିଲ୍ଲାର ଦିୟୋଗମୁଖ ଅଂଚଳରେ ସନ୍ଦିଗ୍ଧ ଡିମାସା ନେସନାଲ୍ ଲିବିରେସନ ଆର୍ମି(ଡିଏନ୍ଏଲ୍ଏ)ର ଉଗ୍ରବାଦୀମାନେ ଗୁଳିରେ ପାଂଚଜଣଙ୍କ ମୃତ୍ୟୁହୋଇଛି । ଏହାପରେ ଉଗ୍ରବାଦୀମାନେ ପାଂଚଟି ଟ୍ରକ୍ରେ ନିଆଁ ଲଗାଇଦେଇଛନ୍ତି ।
ଘଟଣାର ସୂଚନା ଦେଇ ଡିମାହାସାଉର ପୋଲିସ ଅଧିକ୍ଷକ ଜୟନ୍ତ ସିଂହ କହିଛନ୍ତି ଯେ ଗୁରୁବାର ଦିନ ରାତି ସାଢ଼େ ୯ଟାରେ ଆଖପାଖରେ ଘଟିଥିବା ଏହି ଘଟଣାର ପ୍ରାରମ୍ଭିକ ଯାଂଚରେ ସାମ୍ନାକୁ ଆସିଛି ଯେ କିଛିଦିନ ପୂର୍ବରୁ ଡିଏନ୍ଏଲ୍ଏ ନାମକ ଉଗ୍ରବାଦୀମାନେ ଏଠାରେ ଏକ ସିମେଂଟ କମ୍ପାନୀକୁ ବିପୁଳ ମାତ୍ରାରେ ଅର୍ଥର ଦାବି କରିଥିଲେ । ସମ୍ଭବତଃ ପଇସା ନମିଳିବାରୁ ଗତ ରାତିରେ ଉଗ୍ରବାଦୀମାନେ ନରସଂହାରର ଘଟଣା ଘଟାଇଥିଲେ । ପୋଲିସ୍ ଅଧୀକ୍ଷକ କହିଛନ୍ତି ଯେ ଉମରାଂଗସୋରେ ଥିବା ଡାଲମିଆ ସିଂମେଂଟ କମ୍ପାନୀର ଚାରି ଟ୍ରକ୍ କ୍ଲିଂକର ଏବଂ ଗୋଟିଏ ଟ୍ରକରେ କୋଇଲା ମିଶି ପାଂଚଟି ଟ୍ରକ୍ ହୋଜାଇ ଜିଲ୍ଲାର ଲଙ୍କା ସ୍ଥିତ ଡାଲମିଆ ସିଂମେଂଟ ଫ୍ୟାକ୍ଟି ପାଇଁ ଗତ ରାତିରେ ବାହାରିଥିଲେ । ରାତିରେ ଦିୟୋଂଗମୁଖର ରାଗେରବିଲ ଅଂଚଳରେ ପାହାଡ଼କୁ ଘେରିଥିବା ଶୁନ୍ଶାନ ଜଙ୍ଗଲ ଅଂଚଳରେ ସମସ୍ତ ଟ୍ରକ୍ ରହିଥିଲା ।