ହେଲପିଙ୍ଗ୍ ସୋସାଇଟି ପକ୍ଷରୁ କମ୍ବଳ ବଣ୍ଟନ
![](https://thetruths.in/wp-content/uploads/2021/12/Helping-Society-5-1024x584.jpg)
ବାଲେଶ୍ୱର : ସାମୁଦ୍ରିକ ବାତ୍ୟା ଜୱାଦ ପରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମ୍ପ୍ରତି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଅଗ୍ରଣୀ ସାମାଜିକ ସଂଗଠନ ହେଲପିଙ୍ଗ୍ ସୋସାଇଟି ପକ୍ଷରୁ ବାଲେଶ୍ୱର ସହର ପୋଲିସ ଲାଇନ୍ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପ୍ରାଙ୍ଗଣରେ ୮୦ରୁ ଉର୍ଦ୍ଧ୍ବ ରିକ୍ସା ଚାଳକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ମହତ କାର୍ଯ୍ୟ ପାଇଁ ସାଧାରଣରେ ସଂଗଠନକୁ ପ୍ରଶଂସା କରାଯାଇଛି ।
ସଂଗଠନର ସଭାପତି ହ୍ରିତୀକ୍ ନାୟକଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ବାଲେଶ୍ବରର ବିଭିନ୍ନ ବସ୍ତି ଅଞ୍ଚଳରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ଅତିଥି ଭାବେ ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଯୋଗଦେଇ ସମ୍ପ୍ରତି ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କୁ ଖଣ୍ଡିଏ ଖଣ୍ଡିଏ କମ୍ବଳ ପ୍ରଦାନ ନିଷ୍ପତି ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଶ୍ରମିକ ନେତା ଅରୁଣ ସ୍ବାଇଁ, ଯୁବ ସମାଜସେବୀ ବିକ୍ରମ ପଣ୍ଡା, ସଞ୍ଜିବ ଦାସ ଓ ସଂଗଠନର ଉପଦେଷ୍ଟା ସିମନ ଦାସ ମହାପାତ୍ର ଯୋଗଦେଇ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ପ୍ରଦାନ ପାଇଁ ସେମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଗଠନର ଉପ-ସଭାପତି ସେଖ୍ ନାଜିମ୍, ରଶ୍ମି ରଞ୍ଜନ ପ୍ରଧାନ, ଜୀବନ ସଂଗ୍ରାମ ମିଶ୍ର, ଅରୁପ ସାହୁ, ରଜତ ଘଡେ଼ଇ, ସୁମିତ କର, ପ୍ରିନସ ଆରୟନ, କିରଣ ଜ୍ୟୋତି ମଣ୍ଡଳ, ସ୍ମୃତି ଶ୍ରୀ କର, ୟାସିକା, ପୂଜା, ରୁଦ୍ର, ସୁଧାଂଶୁ, ପାୟଲ ଚାଟାର୍ଜୀ, ସାଇ ସ୍ମିତା ମହାପାତ୍ର, ପଙ୍କଜ, ଫିରୋଜ, ଜ୍ୟୋତି, ଜୟସ୍ମିତା,ସୁବାଶିସ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।