ଧରମ ବାପା ସାଜିଲା ସୈତାନ! ନାବାଳିକା ଝିଅକୁ କଲା ଗର୍ଭବତୀ, ଥାନାରେ ଏତଲା
![](https://thetruths.in/wp-content/uploads/2022/05/Rape.jpeg)
କଟକ : ଧରମ ବାପା ସାଜିଲା ସୈତାନ । ଶାରୀରିକ ସମ୍ପର୍କ ରଖି ନାବାଳିକା ଝିଅକୁ ଗର୍ଭବତୀ କରି ଘରୁ ତଡିଦେଲା ବାପା । ଏଭଳି ଏକ ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ନିକିରାଇ ଥାନା ଅଞ୍ଚଳରେ ।
ଗତ ୪ ବର୍ଷ ପୂର୍ବରୁ କଟକ ଜିଲା ଫୁଲ ପୋଖରୀ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ଝିଅକୁ ପାଠ ପଢାଇବା ଲୋଭ ଦେଖାଇ ନିଜ ଘରକୁ ନେଇଥିଲା । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଧରମ ବାପ ସାଜିଥିଲା ରାକ୍ଷସ । ଝିଅକୁ କରିଥିଲା ବଳତ୍କାର । ନାବାଳିକା ଗର୍ଭବତୀ ହେବା ପରେ ତାକୁ ଘରୁ ବାହାର କରିଦେଇଛି । ଯାହାକୁ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ନାବାଳିକା ଝିଅଟି ଏବେ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛି ।