ଆବାସ ଘର ମହାଦୁର୍ନିତୀକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ, ଆନ୍ଦୋଳନ ପାଇଁ ବାନ୍ଧୁଛି ଦାନା
ବାଲେଶ୍ୱର : ରାଜ୍ୟସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରସରକାର ପର୍ଯ୍ୟନ୍ତ ପଞ୍ଚାୟତରାଜ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଦେଶର ଥିବା ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ଲକ୍ଷ୍ୟରେ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁନି ଏହାର ସୁବିଧା । ନୀଳଗିରି ବ୍ଲକର କୁଲଡିହା ପାଦଦେଶରେ ଥିବା କେ.ସି.ପୁର ପଞ୍ଚାୟତରେ ୯୫ଭାଗ ଆଦିବାସୀ ଓ ହରିଜନ ପରିବାର ବସବାସ କରୁଥିବା ବେଳେ ଏମାନଙ୍କର ସରଳତାର ସୁଯୋଗ ନେଇ କିଛି ରାଜନେତା ଓ ନିର୍ବାଚିତ ପ୍ରତିନିଧି ବ୍ୟାପକ ଦୁର୍ନିତୀ କରିଥିବା ବେଳେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣରେ ବ୍ୟାପକ ହେରଫେର କରାଯାଇଛି । ସେହିପରି ଜଙ୍ଗଲ ଜମି ପଟ୍ଟା ନ ପାଇବା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା କ୍ଷେତ୍ରରେ ଅଣଦେଖା କରାଯାଉଥିବା ନେଇ ପଞ୍ଚାୟତବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାର ସୂଚନା ମିଳିଛି ।
ନୀରିିହ ଆଦିବାସୀ ହରିଜନମାନଙ୍କର ଆବାସ ଘର ନିର୍ମାଣ କରିଦେବା ଆଳରେ କିଛି ଠିକାଦାର ସରଳତାର ସୁଯୋଗ ନେଇ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଓ ତୃତୀୟ କିସ୍ତିର ସରକାରୀ ଅର୍ଥ ପାଖାପାଖି ୯୦ହଜାର ଟଙ୍କା ହିତାଧିକାରୀମାନଙ୍କ ଠାରୁ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇ କାହା ଘରର ଗ୍ରେଡବିମ୍ ପଡ଼ିଛି ତ କାହା କାହା ଘରର ନିମିଟାଲ ପଡ଼ିଛି । ଆଉ କାହା ଘରେ କବାଟ ଝରକା ଲାଗି ନ ଥିବାବେଳେ ଆଉ କାହା ଘରର ଛାତ ମଧ୍ୟ ପଡ଼ି ନାହିଁ । ସମସ୍ତ ଟଙ୍କା ଉଠାଣ କରି ବର୍ଷ ବର୍ଷ ଧରି ଜନୈକ ଠିକାଦାର ଘର କରୁ ନ ଥିବା ବେଳେ ନୀରିହ ଆଦିବାସୀ ଓ ହରିଜନ ହିତାଧିକାରୀମାନେ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଲେଣି । ବାରୁଡ଼ିଗାଁର ଠୁକୁରୀ ସରେନ, ନନ କିସ୍କୁ, ସରସ୍ୱତି କିସ୍କୁ, ରିଷିଆ ଗାଁର ରୁକ୍ମଣୀ ସିଂ, ସରୁପିଙ୍କା ଗାଁର ପ୍ରଭାକର ବିନ୍ଧାଣୀ, ହରିହର ନାୟକ, ହାତୀକୁଟ ଗ୍ରାମର ରାଙ୍କାନୀ ସିଂ, ମଙ୍ଗଲା ସିଂ, ଶାଗନାଳ ଗାଁର ମଣ୍ଡଳ ସରେନ, ସନିଆ ମୁର୍ମୁ ସମେତ ଅନେକ ହିତାଧିକାରୀଙ୍କ ଘରର ସମସ୍ତ ଟଙ୍କା ଉଠାଇ ନେଇ ଘର ନିର୍ମାଣ କରିବାରେ ଠିକାଦାରମାନେ ନାଁଦର୍ଶନ ଧରୁ ନ ଥିବାରୁ ହିତାଧିକାରୀମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧିଥିବା ଜଣାପଡ଼ିଛି । ଏନେଇ ପଞ୍ଚାୟତବାସୀ ସମସ୍ତ ଦୁଃଖଦ ଘଟଣା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କୁ ଜଣାଇଲା ପରେ ଶ୍ରୀ ଷଡ଼ଙ୍ଗୀ ରବିବାର ଉକ୍ତ ପଞ୍ଚାୟତର ଜଙ୍ଗିଆ ଠାରେ ଶତାଧିକ ହିତାଧିକାରୀଙ୍କୁ ନେଇ ଏକ ବୈଠକ ଡକାଇ ନୀରିହ ଆଦିବାସୀ ହରିଜନ ମାନଙ୍କୁ ଉକ୍ତ ପଞ୍ଚାୟତର କିଛି ରାଜନୈତିକ ଦଳର ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଆବାସ ଯୋଜନାରେ ହରିଲୁଟ କରିଥିବା ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାକୁ କେନ୍ଦ୍ର କରି ବ୍ଲକ ଅଫିସ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।