ବାଲେଶ୍ୱର ଭାଜପାରେ ସାଙ୍ଗଠନିକ ସଂସ୍କାର ନିମନ୍ତେ ରାଜ୍ୟ ସଭାପତିଙ୍କ ସହିତ ଜିଲା ସଭାପତିଙ୍କ ଆଲୋଚନା
![](https://thetruths.in/wp-content/uploads/2023/01/Balasore-BJP-1024x576.jpg)
ବାଲେଶ୍ୱର : ରାଜ୍ୟ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ପୁରେନ୍ଦଶ୍ୱରୀଜୀଙ୍କ ସହିତ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ ଓ ସାଙ୍ଗଠନିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ବୈଠକରେ ଜିଲା ସଭାପତିଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜିଲାର ସାଙ୍ଗଠନିକ ବ୍ୟବସ୍ଥାର ପୁନଃର୍ଗଠନ, ସସ୍କାର ଏବଂ ସଙ୍ଗଠନକୁ ଗତିଶୀଳ କରିବା ପାଇଁ ଅନୁମତି ସହିତ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ସଙ୍ଗଠନକୁ ବୁଥ୍ସ୍ତରରୁ ଆରମ୍ଭ କରି ମଣ୍ଡଳ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କମିଟିର ପୁନଃର୍ଗଠନ, ଆବଶ୍ୟକ ସ୍ଥଳେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ନିୟମିତ ପ୍ରକ୍ରିୟା ଅନୁଧ୍ୟାନ ଇତ୍ୟାଦି ଉପରେ ମତ ପ୍ରକାଶ ପାଇଥିଲା । ଖୁବ୍ଶୀଘ୍ର ରାଜ୍ୟ ସଭାପତି ବାଲେଶ୍ୱର ଗସ୍ତରେ ଆସିବେ ଓ ସାଙ୍ଗଠନିକ ବ୍ୟବସ୍ଥାର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି । ଜିଲା ସଭାପତିଙ୍କ ସହିତ ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପ-ସଭାପତି କମଳଲୋଚନ ଦାସ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଏମ୍ପିଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ବେରା ଓ ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ଯାଇଛନ୍ତି ।