ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀ, ଜାଣନ୍ତୁ କେମିତି ?
କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ୱାଦିଷ୍ଟ ହେବା ବ୍ୟତୀତ କଦଳୀ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ । କଦଳୀରେ ପ୍ରଚୁର ଫାଇବର, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ଏ ରହିଥାଏ । କଦଳୀ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ରହିଥାଏ ଏବଂ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ଭୋକ ଲାଗେ ନାହିଁ । ଆଜି ଆମେ ଆପଣଙ୍କୁ ଏଠାରେ କହିବୁ, କଦଳୀ ଖାଇବାର ଦ୍ବାରା କ’ଣ ସବୁ ଲାଭ ହୋଇଥାଏ ?
ପ୍ରତିଦିନ କଦଳୀ ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ :
ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହେଉଛି କଦଳୀ :
କଦଳୀ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । କଦଳୀରେ ଅଧିକ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ଦୂର କରିବା ସହିତ ପେଟରେ ଗ୍ୟାସ୍, ଯନ୍ତ୍ରଣା ଏବଂ ପେଟ ଜନିତ ସମସ୍ୟା ଦୂର କରିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ କଦଳୀ ଖାଆନ୍ତି, ତେବେ ପେଟ ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ, କଦଳୀ ଶରୀରରେ ଜଳର ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ହାଡକୁ ଶକ୍ତିଶାଳୀ କରେ କଦଳୀ :
ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ଶରୀରର ହାଡକୁ ମଜବୁତ ହୋଇଥାଏ । କଦଳୀରେ କ୍ୟାଲସିୟମ ପ୍ରଚୁର ପରିମାଣରେ ଥାଏ। ଯାହା ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏବଂ ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ । କଦଳୀରେ ଥିବା କ୍ୟାଲସିୟମ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖେ ।
ମଧୁମେହ ରୋଗୀଙ୍କ ପାଇଁ କଦଳୀ ରାମବାଣ :
ପ୍ରତିଦିନ ମଧିୁମେହ ରୋଗୀ ଗୋଟିଏ କଦଳୀ ଖାଇବା ଉଚିତ୍ । କାରଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଛି। କାରଣ ଫାଇବର ରକ୍ତରେ ଶର୍କରାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ମଧୁମେହ ରୋଗୀମାନେ ପ୍ରତିଦିନ ଏକ କଦଳୀ ଖାଇବା ଆବଶ୍ୟକ ।
ଚାପରୁ ମୁକ୍ତି ଦେବ କଦଳୀ :
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଚାପ ସମସ୍ୟା ଦୂର ହୋଇଯାଏ । ଟ୍ରାପଟୋଫାନ୍ ନାମକ ଏକ ଉପାଦାନ କଦଳୀରୁ ମିଳିଥାଏ । ଯାହା ଶରୀରରେ ସେରୋଟୋନିନ୍ ତିଆରି କରିଥାଏ । ଏହି କାରଣରୁ ଶରୀରରେ ଖୁସି ହରମୋନ୍ ନିର୍ଗତ ହୁଏ ଏବଂ ଚାପର ସମସ୍ୟା ଦୂର ହୋଇଥାଏ ।