ରିଲିଜ୍ ହେଲା ଦୀପିକା-ସିଦ୍ଧାନ୍ତଙ୍କ ଫିଲ୍ମ ‘ଗେହରାଇୟାଁ’
![](https://thetruths.in/wp-content/uploads/2022/02/Film-Gehraiyaan.jpg)
ମୁମ୍ବାଇ : ବଲିଉଡର ଦୀପିକା ପାଦୁକୋନ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଫିଲ୍ମ ମଧ୍ୟ ସୁପରହିଟ ହୋଇଥାଏ । ଯାହା ଦର୍ଶକମାନେ ବହୁତ ପସନ୍ଦ କରନ୍ତି । ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଗେହରାଇୟାଁ’ ଆଜି ରିଲିଜ୍ ହେଉଛି । ଏହି ଫିଲ୍ମଟିକୁ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଫିଲ୍ମ ଟ୍ରେଲରରେ ରୋମାନ୍ସ, ଲଭ୍, ଡ୍ରାମା ସହ ଦୀର୍ଘ ଦିନର ପ୍ରେମର ସମ୍ପର୍କକୁ ନେଇ କିଭଳି ଜଟିଳ ହୋଇଛି ତାହା ଦର୍ଶାଯାଇଛି । ଏହି ଫିଲ୍ମ ଲଭ୍ ରୋମାନ୍ସରେ ଦୀପିକାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଧୋର୍ଯା କରଭା ଏବଂ ସିଦ୍ଧାନ୍ତ ଚତୁର୍ବେଦି ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।
ଫିଲ୍ମ ‘ଗେହରାଇୟାଁ’ର ଟ୍ରେଲର ପୂର୍ବରୁ ରିଲିଜ୍ କରାଯାଇଥିଲା । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଫିଲ୍ମ ‘ଗେହରାଇୟାଁ’ ଫେବୃଆରୀ ୧୧ ଅର୍ଥାତ୍ ଆଜି ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେଉଛି । ଏହି ଫିଲ୍ମରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଚମତ୍କାର କେମେଷ୍ଟ୍ରିକୁ ଦର୍ଶକମାନେ ଆଗ୍ରହ ସହ ଅପେକ୍ଷା କରିଛନ୍ତି । ଫିଲ୍ମର ଷ୍ଟ୍ରିମିଂ ଆଜି ରାତି ୧୨ ଟାରୁ ଓଟିଟ ପ୍ଲାଟଫର୍ମରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।