ଦାଣ୍ଡି ମନ୍ଦିରରୁ ଚୋରୀ ଘଟଣା, ୨ ଗିରଫ
![](https://thetruths.in/wp-content/uploads/2022/01/Two-Arrested.jpg)
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଦାଣ୍ଡି ଗ୍ରାମର ଶିବ ମନ୍ଦିରରୁ ଚୋରୀ ଘଟଣାରେ ପୋଲିସ ଚଢ଼ାଉ କରି ରବିବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୋପୀନାଥପୁର ଗ୍ରାମର ସେକ୍ ଆରିଫ୍ ଓ ସେକ୍ ଜଇରୁଦ୍ଦିନ ।
ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ଆରିଫ୍ ଚୋରୀ ସାମଗ୍ରୀକୁ ସେକ୍ ଜଇରୁଦ୍ଦିନକୁ ବିକ୍ରି କରିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।