ଉହାନ୍ ଲ୍ୟାବରୁ ବ୍ୟାପିଛି କରୋନା ଭାଇରସ୍ : ଆମେରିକା ବୈଜ୍ଞାନିକ !
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏସବୁ ମଧ୍ୟରେ କରୋନା ଭାଇରସର ଉତ୍ପତ୍ତିସ୍ଥଳକୁ ନେଇ ତର୍କ ବିତର୍କ ଜାରି ରହିଛି । କିଛି ବୈଜ୍ଞାନିକ ଏହା ଚୀନ୍ ଲ୍ୟାବରୁ ଲିକ୍ ହୋଇଥିବା କହୁଛନ୍ତି । ଆଉ କେହି ଏହାକୁ ପ୍ରାକୃତିକ ଭାଇରସ୍ ବୋଲି କହୁଛନ୍ତି । ଏହାମଧ୍ୟରେ ଆମେରିକାର ଜଣେ ଗବେଷକ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ସାର୍ସ-କୋଭ-୨ ବାବଦରେ ଅନେକ ଡିଲିଟ୍ ହୋଇଥିବା ଡାଟା ହାସଲ କରାଯାଇ ପାରିଛି । ଯାହାକୁ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ ବା ଏନଆଇଏଚର ଡିଜିଟାଲ ପ୍ଲାଟଫର୍ମରେ ରଖାଯାଇଥିଲା ଓ ପରେ ଡିଲିଟ୍ କରାଯାଇଥିଲା ।
ଫ୍ରାଡ୍ ହଂଚିସନ୍ କ୍ୟାନ୍ସର୍ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜେସି ବ୍ଲୁମ୍ କହିଛନ୍ତି ଯେ, ସେ ବାୟୋରିକ୍ସବ୍ ସର୍ଭରରେ କରୋନା ଭାଇରସ ସହ ଜଡିତ ସମସ୍ତତଥ୍ୟ ଅପଲୋଡ୍ କରିଥିଲେ । ଏହା ଏପରି ଏକ ସର୍ଭର ଯେଉଁଥିରେ କରୋନା ବାବଦରେ ସମସ୍ତ ତଥ୍ୟ ଓ ସୂଚନାର ପେପର୍ ପ୍ରକାଶନ ହେବା ପୂର୍ବରୁ ରଖାଯାଇଥାଏ । ତେବେ ବ୍ଲୁମଙ୍କ ଏହି କଥାକୁ କିଛି ବୈଜ୍ଞାନିକ ସତ ବୋଲି କହିଥିଲେ ମଧ୍ୟ ଆଉ କିଛି ଖାରଜ କରିଦେଇଛନ୍ତି । ବ୍ଲୁମ୍ ଓ୍ୱାଶିଂଟନ୍ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ଏକ ହଟ୍ ଟପିକ୍ ଅଟେ । ଯାହା ଅତ୍ୟଧିକ ପାରମ୍ପାରିକ ବୈଜ୍ଞାନିକ ଅଧ୍ୟୟନ ନୁହେଁ । କିନ୍ତୁ କିଛି ନୂଆ ତଥ୍ୟ ଓ ସୂଚନା ହାତରେ ଲାଗିଛି । ସେ ନିଜ ଗବେଷଣାର ସମସ୍ତ ତଥ୍ୟ ଗୁଗଲ କ୍ଲାଉଡ୍ ମାଧ୍ୟମରେ ପୁଣି ପାଇଛନ୍ତି। ଏଥିରେ କିଛି ନୂଆ ତଥ୍ୟ ଦିଆଯାଇ ନଥିଲେ ମଧ୍ୟ ଯେଉଁ ସଂଖ୍ୟା ପ୍ରଦାନ କରାଯାଇଥିଲା, ସେଥିରୁ ହିଁ କରୋନା ଚୀନ୍ ଉହାନ୍ ଲ୍ୟାବରୁ ସାରା ବିଶ୍ୱକୁ ବ୍ୟାପିଥିବା ଜଣା ପଡୁଥିଲା । ଉହାନରୁ ବିକ୍ରି କରାଯାଉଥିବା ପଶୁପକ୍ଷୀଙ୍କଠାରୁ ହିଁ ଭାଇରସ ସାରା ବିଶ୍ୱରେ ବ୍ୟାପିଥିଲା । ଗବେଷଣାରୁ ଯେଉଁ ତଥ୍ୟ ହାତରେ ଲାଗିଥିଲା ସେ ସବୁକୁ ଏନଆଇଏଚ ଡାଟାବେସରୁ ଡିଲିଟ୍ କରି ଦିଆଯାଇଥିଲା । ଏହି ଡାଟାରେ ୨୦୨୦ ମସିହାର ଜଣେ ବୈଜ୍ଞାନିକଙ୍କ ପେପର୍ ରହିଥିଲା ଯାହା ଜୁନରେ ଜର୍ଣ୍ଣାଲ ସ୍ମଲରେ ପ୍ରକାଶିତ ହୋଇଥିଲା । ଏନଆଇଏଚ ବୁଧବାର ଏକ ବୟାନ ଜାରି କରି କହିଥିଲା ଯେ, ଯେଉଁ ଗବେଷକ ଏହା ଲେଖିଥିଲେ, ସେ ହି ଏହାକୁ ହଟାଇବାକୁ ଅନୁରୋଧ କରିଥିଲେ । କାରଣ ସେ ଏହି ପେପରକୁ ଅନ୍ୟ ଡାଟାବେସରେ ସାମିଲ ପାଇଁ ଚାହୁଁଥିଲେ । କୌଣସି ଗବେଷକ ଏପରି ଅନୁରୋଧ କଲେ ତୁରନ୍ତ ପେପର୍ ହଟାଇ ଦିଆଯାଏ ବୋଲି ଏନଆଇଏଚ କହିଛି ।