କରୋନା ଆତଙ୍କ; ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା କାୟା ମେଲାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ଏହାସାଙ୍ଗକୁ ରାଜ୍ୟରେ ଆତଙ୍କ ଖେଳାଇଛି ଓମିକ୍ରନ୍।
ଅଚାନକ୍ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହୁଛି । ପୂର୍ବ ଦୁଇଟି ଲହର ଭଳି ତୃତୀୟ ଲହରରେ ମଧ୍ୟ ଖୋର୍ଦ୍ଧା ଜିଲା ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି । ସେହିପରି ରାଜଧାନୀ ଭବନେଶ୍ୱର ଏବେ କରୋନାର ହଟସ୍ପଟ ପାଲଟିଛି । ଯାହାକୁ ନେଇ ରାଜଧାନୀ ବାସୀଙ୍କ ଚିନ୍ତା ଅଧିକ ବଢି ଯାଇଛି । ସୂଚନା ଯେ, ଖୋର୍ଦ୍ଧ ଜିଲାରେ ଶନିବାର ଗୋଟେଦିନରେ ୧୨୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଏବେ ଖୋର୍ଦ୍ଧା ଜିଲା ରେଡ୍ ଜୋନରେ ରହିଛି ।