ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସମନ୍ଵୟ ବୈଠକ
![](https://thetruths.in/wp-content/uploads/2023/06/Coordination-Meeting-for-district-level-Disaster-Management-1024x472.jpg)
ସମ୍ବଲପୁର : ସମ୍ବଲପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, କୁଚିଣ୍ଡା ଉପ-ଜିଲାପାଳ ବିଭୂତି ଭୂଷଣ ନାୟକ, ଜିଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ସଦର ଉପ-ଜିଲାପାଳ ପ୍ରଭାସ ଦଣ୍ଡସେନା ସମେତ ଜିଲାର ସମସ୍ତ ବିଡିଓ, ତହସିଲଦାର, ଜିଲାସ୍ତରୀୟ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା,ସମସ୍ତ ଲାଇନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯେ, ଆସନ୍ତା ୧୮ ଜୁନରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲା ମୁଖ୍ୟାଳୟ ରେ ସକାଳ ୧୦ ଟାରୁ ଦିନ ୧ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ମକ୍ ଡ୍ରିଲ୍ ୧୯ ଜୁନ ରେ ଜିଲ୍ଲାରେ ଥିବା ଚାରିଗୋଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଯଥା ବିନାଖଣ୍ଡି ବହୁମୁଖୀ ଆଶ୍ରୟସ୍ଥଳୀ, ସମଲେଶ୍ୱରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଚାଉଁରପୁର ବହୁମୁଖୀ ବାତ୍ୟା ସେଣ୍ଟର ଏବଂ ଧମା ବହୁମୁଖୀ ବାତ୍ୟା ସେଣ୍ଟର ଠାରେ ଅନୁଷ୍ଠିତ ହେବ। ସାଧାରଣତଃ ସ୍ୱାସ୍ଥ୍ୟ, ପ୍ରାଣୀଧନ, ପାନୀୟଜଳ, ବିଦ୍ୟୁତ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ତଳି ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିପର୍ଯ୍ୟୟ ସମୟରେ ଧନଜୀବନ କୁ କିପରି ରକ୍ଷା କରାଯାଇପାରିବ ସେଥିପ୍ରତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବିପର୍ଯ୍ୟୟ ପୂର୍ବ ଏବଂ ପରବର୍ତ୍ତୀ ସମୟରେ କିପରି ଜୀବନଯାତ୍ରାକୁ ସ୍ୱାଭାବିକ ତୁରନ୍ତ କରାଯାଇପାରିବ ସେଥିପ୍ରତି ମଧ୍ୟ ଆଲୋଚନା କରାଯାଇଛି।