ଗ୍ରାହକଙ୍କୁ ଆଶ୍ୱସ୍ତି, ଶସ୍ତା ହେଲା ରନ୍ଧନ ଗ୍ୟାସ୍
![](https://thetruths.in/wp-content/uploads/2022/02/Gas-Cylinder-1024x576.jpg)
ନୂଆଦିଲ୍ଲୀ : ଗ୍ରାହକଙ୍କୁୁ ବଡ଼ ଆଶ୍ୱସ୍ତି । ଗ୍ୟାସ୍ ଦରଦାମ୍ କମାଇଛନ୍ତି କେନ୍ଦ୍ର ସରକାର । କମରସିଆଲ ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଏଲପିଜି ସିଲିଣ୍ଡରର ଦାମ୍ ପିଛା ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଛି । ନୂଆ ଦରଦାମ୍ ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୧ ତାରିଖ ଠାରି ଲାଗୁ ହୋଇଛି । ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି ।
ନୂଆ ଦର ଲାଗୁ ହେଲା ପରେ ଦିଲ୍ଲୀରେ ୧୯ କେ.ଜିର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୯୦୭ ଟଙ୍କାକୁ ଖସି ଆସିଛି । ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଦାମ୍ ହ୍ରାସ ପରେ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯୯.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ୯୨୬ ଟଙ୍କା ହୋଇଯାଇଛି । ସେହିପରି ମୁମ୍ୱାଇରେ ନୂଆ ଦରଦାମ୍ ଦିଲ୍ଲୀ ସହ ସମାନ ରହିଛି । ଚେନ୍ନାଇରେ ଗ୍ୟାସ୍ ଦର ୯୧୫ ଟଙ୍କା ୫୦ ପଇସା ହୋଇଯାଇଛି । ତେବେ ବିନା ସବସିଡି ଯୁକ୍ତ ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତନ ହୋଇନାହିଁ ।