କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳ ବହିସ୍କୃତ
![](https://thetruths.in/wp-content/uploads/2023/07/AICC-suspended-MLA-Mohammad-Mokim-and-Chiranjeev-Biswal.jpg)
ଭୁବନେଶ୍ୱର : କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍ । ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।
ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କ ଠାରୁ ଏକ୍ସପ୍ଲାନେସନ ମଧ୍ୟ ମଗାଯାଇଥିଲା । ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା । ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଡିଏସି । ତେଣୁ ଉଭୟଙ୍କୁ ସସ୍ପେଣ୍ଡ ନେଇ ଡିସିପ୍ଲିନାରୀ ଆକ୍ସନ କମିଟିର ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।
![](https://thetruths.in/wp-content/uploads/2023/07/Congress.jpg)
ସୂଚନା ଯେ, ଗତ ମେ ୨୮ରେ ଚିରଞ୍ଜୀବ, ମୋକିମ୍ଙ୍କୁ ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍ ହୋଇଥିଲା । ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।