ମାନବ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ଶୀର୍ଷକ ଆଲୋଚନାଚକ୍ର
![](https://thetruths.in/wp-content/uploads/2022/12/Conference-1024x694.jpg)
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମାନବ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ମାନବ ଅଧିକାର ଓ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ. ଆରୁଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ଯଜେ୍ଞଶ୍ୱର ଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ରିସୋର୍ସ ପର୍ସନ ଭାବେ ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଡ. ତପନ କୁମାର ଦାସ, ଅଧ୍ୟାପିକା ଇତିଶ୍ରୀ ମହାନ୍ତ ପ୍ରମୁଖ ଯୋଗଦେଇ ମାନବିକ ଅଧିକାର ବଞ୍ôଚବାର ଅଧିକାର ଯାହା ମାନବ ଆଚରଣର ନିର୍ଦ୍ଦିଷ୍ଟ ମାନଦଣ୍ଡ ତଥା ନୈତିକ ଆଦର୍ଶ ଏବଂ ନିୟମିତ ଭାବରେ ସ୍ଥାନୀୟ, ଜାତୀୟ ଓ ଆନ୍ତର୍ଜାତୀୟ ଆଇନରେ ସୁରକ୍ଷିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରିୟଙ୍କା ନାୟକ, ପ୍ରମିତା ପ୍ରଧାନ, ମନ୍ମଥ ଦଳେଇ, ଅଶୋକ ମଢୁଆଳ ଓ ଚନ୍ଦନ କୁମାର ବେହେରା ପ୍ରମୁଖ ମାନବ ଅଧିକାର ସମ୍ପର୍କିତ ନିବନ୍ଧ ପାଠ କରିଥିଲେ । ସ୍ୱେଚ୍ଛାସେବୀ ଅନ୍ନପୂର୍ଣ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।