କ୍ରିକେଟ୍ ମ୍ୟାଚକୁ ନେଇ ହତ୍ୟା ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ
![](https://thetruths.in/wp-content/uploads/2022/03/Commissionerate-Police.jpg)
ଚୌଦ୍ବାର : କଟକ ଚୌଦାର ଥାନା ମହିଷାଲଣ୍ଡା ଗ୍ରାମରେ କ୍ରିକେଟ୍ ମ୍ୟାଚ୍କୁ ନେଇ ଯୁବକଙ୍କୁ ହତ୍ୟା ଘଟଣା। ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଭିଯୁକ୍ତମାନେ ହେଲେ ଚୌଦ୍ବାର ଥାନା ବ୍ରହ୍ମପୁର ଗ୍ରାମର ସଞ୍ଜୟ ରାଉତ ଓରଫ ମୁଗୁନି, ସ୍ମୃତି ରଞ୍ଜନ ରାଉତ ଓରଫ ମୁନା, ବାଦଲ କୈବଲ ଓ ସଂଗ୍ରାମ ଦାସ ଓରଫ ଜଗା ।
ପୋଲିସ ଗତ ରବିବାର ସଂଗ୍ରାମ ଦାସ ଓରଫ ଜଗାକୁ ଗିରଫ କରିଥିବାବେଳେ ବିଳମ୍ବିତ ରାତିରେ ଅନ୍ୟ ୩ ଜଣଙ୍କୁ କଟକର ବିଭିନ୍ନ ସ୍ଥାନରୁ ଗିରଫ କରିଛି। ହେଲେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ବ୍ୟାଟକୁ ଜବତ କରି ପାରିନାହିଁ । ତେବେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ପୋଷ୍ଟମର୍ଟମ ପରେ ମୃତ ଲକି ରାଉତଙ୍କ ମୃତଦେହ ମହିଷାଲଣ୍ଡା ଗ୍ରାମରେ କଡା ସୁରକ୍ଷା ମଧ୍ୟରେ ପହଞ୍ଚିଥିଲା।
ସେପଟେ ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସାମାନ୍ୟ ଘଟଣାକୁ ନେଇ ଏତେବଡ଼ ଘଟଣା ଘଟିଯିବ ତାହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଲୋକେ । ତେବେ ଏହି ହତ୍ୟା ଘଟଣା ଖେଳକୁ ନେଇ ହୋଇଛି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ଲୁଚି ରହିଛି ସେନେଇ ପୋଲିସ ତଦନ୍ତକୁ ଜୋରଦାର କରିଛି । ସମସ୍ତ ଅଭିଯୁକ୍ତ ଗିରଫ ନେଇ କଟକ ଡିସିପି ପିନାକଙ୍କ ମିଶ୍ର ସୂଚନା ଦେଇଛନ୍ତି l