ଅଧ୍ୟୟନରୁ ସ୍ପଷ୍ଟ! ୧୦୦ରୁ ଅଧିକ ରୋଗରୁ ମୁକ୍ତି ଦେବାର ଚମତ୍କାର ଉପକାରିତା ଦେଇଥାଏ ଅଦା
ଅନେକ ଅଧ୍ୟୟନରୁ ସ୍ପଷ୍ଟ । ଦୁନିଆର ସବୁଠାରୁ ବଡ ମସଲା ଭାବରେ ଅଦା ହେଉଛି ଦୁନିଆର ସବୁଠାରୁ ଔଷଧୀୟ ତତ୍ତ୍ୱ । ୧୦୦ରୁ ଅଧିକ ରୋଗରୁ ମୁକ୍ତି ଦେବାର ଚମତ୍କାର ଉପକାରିତା ଦେଇଥାଏ ଅଦା । ଅଦା ଆପଣଙ୍କ ଶରୀର ଏବଂ ମନ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଅଦାରେ କଣ ସବୁ ଉପକାରିତା ରହିଛି କେବଳ ଯେ ଅଦା ତାହା ନୁହେଁ କଞ୍ଚା, ଶୁଖିଲା, ପାଉଡର ଏବଂ ଅଦା ତେଲ ବା ଜୁସର ସେବନରେ ଆପଣଙ୍କୁ ଅନେକ ଲାଭ ମିଳିଥାଏ । ଏହାର ଉପକାରିତା ବିଷୟରେ ଜାଣିବା ପାଇଁ ନିମ୍ନଲିଖିତ ସୂଚନା ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ଅଟେ ।
କର୍କଟ ରୋଗୀଙ୍କ ପାଇଁ ଅଦା ପ୍ରଭାବଶାଳୀ :
ଆଧୁନିକ ଅନୁସନ୍ଧାନ ଅନୁଯାୟୀ ବିଭିନ୍ନ ପ୍ରକାରର କର୍କଟ ରୋଗରୁ ଅଦାକୁ ଏକ ପ୍ରଭାବଶାଳୀ ଔଷଧ ଭାବେ ବିବେଚନା କରାଯାଇଛି ଏବଂ ଅଦାର ଆଶ୍ଚର୍ଯ୍ୟଜନକ ଫଳାଫଳ ମଧ୍ୟ ସାମନାକୁ ଆସିଛି । ଆମେରିକାର ମିଚିଗନ ୟୁନିଭରସିଟି କମ୍ପେରେସିଭ୍ କ୍ୟାନ୍ସର ସେଣ୍ଟର ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଦା କେବଳ ଓଭାରିନ୍ କର୍କଟ କୋଷକୁ ନଷ୍ଟ କରିନଥାଏ ବରଂ କେମୋଥେରାପି ପ୍ରତିରୋଧକ କ୍ଷମତା ବିକଶିତକୁ ପ୍ରତିରୋଧ କରିଥାଏ । ଏପରି ଏକ ପ୍ରକାର କର୍କଟ ରୋଗ ଏକ ପ୍ରକାର ସାଧାରଣ ସମସ୍ୟା ରହିଛି । ଏହି ଅଧ୍ୟୟନରେ ଗବେଷକ ମାନେ ଓବୋରିୟନ କ୍ୟାନ୍ସର କୋଷିକା ଉପରେ ଅଦା ପାଉଡର ଏବଂ ପାଣିର ଏକ ଲେପ ଲଗାଯାଇଥିଲା । ପ୍ରତ୍ୟେକ ପରୀକ୍ଷଣରୁ ଜଣାପଡିଛି ଯେ ଅଦା ମିଶ୍ରଣରେ ସଂସ୍ପର୍ଶରେ ଆସିବା ପରେ କର୍କଟ କୋଷିକା ଗୁଡିକ ନଷ୍ଟ ହୋଇଯାଇଥିଲା । ପ୍ରତ୍ୟେକ କୋଷିକା ଏକ ପ୍ରକାର ଯେମିତି ଆତ୍ମହତ୍ୟା କରୁଥିବା କୁହାଯାଇପାରେ ଯାହାକୁ ଆଟୋଫେଗୀ କୁହାଯାଏ । ସ୍ତନ କର୍କଟ, ପ୍ରୋଷ୍ଟେଟ କର୍କଟ ଏବଂ କୋଲନ କ୍ୟାନସର ଚିକିତ୍ସାରେ ଅଦା ବହୁତ ଲାଭଦାୟକ ବୋଲି ଜଣାପଡିଛି ।
ମଧୁମେହ ରୋଗରୁ ଦିଏ ଆରାମ :
ଅଷ୍ଟ୍ରେଲିଆର ସିଡନୀ ୟୁନିଭରସିଟିରେ କରାଯାଇଥିବା ଏକ ଅନୁସନ୍ଧାନରେ ଟାଇପ -୨ ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଅଦା ପ୍ରଭାବଶାଳୀ । ଅଦାର ଉପାଦାନ ଇନସୁଲିନ୍ ବ୍ୟବହାର ପ୍ରୟୋଗ ବିନା ଗ୍ଲୁକୋଜ୍ ମାଂସପେଶୀ କୋଷକୁ ପଠାଇବା ପାଇଁ ଏହି ପ୍ରକ୍ରିୟା ବଢିଥାଏ । ଏହି ପରି ହାଇ ସୁଗର ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଅଦା ।
ହୃଦଘାତରୁ ରକ୍ଷା କରେ ଅଦା :
ହୃଦରୋଗର ଚିକିତ୍ସାରେ ଅଦା ବହୁ ବର୍ଷ ଧରି ବ୍ୟବହୃତ ହୋଇଥାଏ । ଚୀନରେ ଚିକିତ୍ସିକ ମାନେ ଅଦାର ଉପଚାର ବହୁଳ କରିଥାଆନ୍ତି କାରଣ ଅଦାରେ ଆରୋଗ୍ୟ ଗୁଣ ହୃଦୟ ପାଇଁ ବେଶ ଫଳପ୍ରଦ । ହୃଦରୋଗର ପ୍ରତିରୋଧ ଏବଂ ଚିକିତ୍ସାରେ ଅଦା ତେଲର ପ୍ରୟୋଗ କରାଯାଇଥାଏ ।
ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି :
ଯଦି ଆପଣ ବ୍ୟାୟାମ ହେତୁ ମାଂସପେଶୀ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଅଦାର ବ୍ୟବହାର ଆପଣଙ୍କୁ ଆରାମ ଦେଇଥାଏ । ଅଧିକ ବ୍ୟାୟାମ ହେତୁ ଆପଣଙ୍କ କାନ୍ଧରେ ଯନ୍ତ୍ରଣା ହେଉଛି ତେବେ ଆପଣ ଦିନକୁ ୨ଗ୍ରାମ ଅଦା ଖାଇବା ଦ୍ବାରା ଆପଣଙ୍କ ମାଂସପେଶୀ ଯନ୍ତ୍ରଣା କମିଯାଏ । ଯଦିଓ ଅଦା ତୁରନ୍ତ ପ୍ରଭାବ ଦେଖାଏ ନାହିଁ କିନ୍ତୁ ଏହା ମାଂସପେଶୀ ଯନ୍ତ୍ରଣାରେ ଧୀରେ ଧୀରେ ପ୍ରଭାବ ପକାଇଥାଏ ।
ଅଷ୍ଚିଓଆର୍ଥ୍ରାଇଟିସରେ ଆରାମ :
ଅଷ୍ଟିଓଆର୍ଥ୍ରାଇଟିସ ହେଉଛି ଏକ ରୋଗ ଯାହା ଗଣ୍ଠିରେ ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରେ ଏବଂ ଏହା ଏକ ସାଧାରଣ କଥା । ଯଦିଓ ଏହି ରୋଗ ପାଇଁ କୌଣସି ଉପଯୁକ୍ତ ଚିକିତ୍ସା ନାହିଁ କିନ୍ତୁ ଏକ ଅନୁସନ୍ଧାନ ଅନୁଯାୟୀ, ଆଣ୍ଠୁଗଣ୍ଠିର ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ କିଛି ଲୋକେ ଅଦା ବ୍ୟବହାର କରିଥିଲେ ଏବଂ ସେମାନେ ଏହି ଯନ୍ତ୍ରଣାରୁ ଆରାମ ପାଇଥିଲେ । ଏହା ମଧ୍ୟ କୁହାଯାଇଛି ଯେ, ଅଷ୍ଟିଓଆର୍ଥ୍ରାାଇଟିସର ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଦା,ମାଷ୍ଟିକ ଗମ୍, ଚିନାବାଦାମ ଏବଂ ଡାଲଚିନି ଏବଂ ରାଶି ତେଲ ମିଶ୍ରଣ କରି ବ୍ୟବହାର କରିପାରିବେ ।
ଋତୁସ୍ରାବ ଯନ୍ତ୍ରଣା ଉପଶମ :
ସମସ୍ତ ମହିଳାମାନେ ମାସିକା ସମୟରେ ଯନ୍ତ୍ରଣା ସହ ସଂଘର୍ଷ କରିଥାଆନ୍ତି । କେତେକଙ୍କୁ କମ୍ ଏବଂ କେତେକଙ୍କୁ ଅଧିକ ପେଟ ଯନ୍ତ୍ରଣା ହୋଇଥାଏ । କୁହାଯାଏ ଯେ ଅଦା ପାଉଡର ବ୍ୟବହାର କରିବା ଦ୍ବାରା ଋତୁସ୍ରାବର ଯନ୍ତ୍ରଣା କମିଥାଏ । ଏହି ସମୟରେ ପ୍ରତିଦିନ ଏକ ଗ୍ରାମ ଅଦା ପାଉଡର ଖାଇଲେ ଉପଶମ ହୋଇଥାଏ ।
କୋଲେଷ୍ଟ୍ରଲ ସ୍ତର କମ ହୋଇଥାଏ :
ଖରାପ କୋଲେଷ୍ଟ୍ରଲ ହୃତଘାତର ଆଶଙ୍କା ବୃଦ୍ଧି କରାଇଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ହେତୁ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୋଇଥାଏ । ଏହା ଦ୍ବାରା ଅସୁବିଧା ଭୋଗୁଥିବା ଲୋକମାନେ ପ୍ରିତଦିନ ୩ ଗ୍ରାମ ଅଦା ପାଉଡର ସେବନ କରିବା ଉଚିତ୍ ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ।