ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ଟେଷ୍ଟ ରିପୋର୍ଟକୁ ଅପେକ୍ଷା
![](https://thetruths.in/wp-content/uploads/2023/03/Chinmayi-Priyadarsini.jpg)
ଭୁବନେଶ୍ୱର : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରୟଦର୍ଶିନୀଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଏସପି ଯାହା କହିଥିଲେ ଡାଏଟମ ରିପୋର୍ଟରେ ସମାନ କଥା ଉଲ୍ଲେଖ କରାଯାଇଛି ।
ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟମ ଟେଷ୍ଟ ରିପୋର୍ଟରେ ସମାନ କଥା ଉଲ୍ଲେଖ ରହିଛି । ଏବେ ଭିସେରା ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ତେବେ ସେ ପାଣିରେ କାହିଁକି ଓ କେମିତି ବୁଡ଼ିଲେ ତାହାର ଉତ୍ତର ବି ମିଳିପାରିନାହିଁ ।