ପଞ୍ଜାବ ୨୫ ହଜାର ଯୁବକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
![](https://thetruths.in/wp-content/uploads/2022/03/CM-Bhagwant-Mann-1024x683.png)
ପଞ୍ଜାବ : ପଞ୍ଜାବ ଯୁବକଙ୍କ ଭଗବନ୍ତ ମାନଙ୍କ ଉପହାର । ୨୫ ହଜାର ପଦରେ ନିଯୁକ୍ତି ଦେବେ ମାନ । ପଞ୍ଜାବରେ ମନ୍ତ୍ରିମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି । ଏଥିରେ ପୋଲିସ୍ ବିଭାଗ ପାଇଁ ୧୦ ହଜାର ପଦ ରହିଛି, ଯେତେବେଳେକି ୧୫ ହଜାର ଅନ୍ୟ ବିଭାଗ ପାଇଁ ରହିଛି ।
ଏକ ମାସ ମଧ୍ୟରେ ଖାଲି ପଦରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ । ଭଗବନ୍ତ ମାନ୍ ନିଜ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି । ଭଗୱନ୍ତ ମାନ ଏକ ଟ୍ୱିଟ କରି ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଥିଲେ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଭଗୱନ୍ତ ମାନ୍ ନୂଆ ମନ୍ତ୍ରୀ ମଣ୍ଡଳରେ ସବୁବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ।