ସୁପ୍ରିମକୋର୍ଟରେ ଲ’ କ୍ଲର୍କଙ୍କ ନିଯୁକ୍ତି ପାଇଁ ନୂଆ ଗାଇଡଲାଇନ୍, ମଞ୍ଜୁରୀ ଦେଲେ ପ୍ରଧାନ ବିଚାରପତି
![](https://thetruths.in/wp-content/uploads/2023/04/Chief-Justice-DY-Chandrachud-1024x683.jpg)
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଲ’ କ୍ଲର୍କଙ୍କ ନିଯୁକ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି । ଏନେଇ ନୂଆ ଗାଇଡଲାଇନ୍କୁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ।
ଆଇନ ଗବେଷଣାରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସହାୟତା ପାଇଁ ଏହି ଲ କ୍ଲର୍କଙ୍କୁ ନିୟୋଜିତ କରାଯାଇଥାଏ। ତେବେ ନୂଆ ମାର୍ଗଦର୍ଶିକା ଅନୁଯାୟୀ ଏହି ଲ କ୍ଲର୍କ-କମ୍-ରିସର୍ଚ୍ଚ ଆସୋସିଏଟ୍ଙ୍କୁ ଚୁକ୍ତିଭିତ୍ତିକ ଭାବରେ ନିୟୋଜିତ କରାଯିବ ଏବଂ ସେମାନଙ୍କୁ ମାସିକ ୮୦ ହଜାର ଟଙ୍କାର ପାରିଶ୍ରମିକ ଦିଆଯିବ। ଜଣେ ଲ କ୍ଲର୍କଙ୍କୁ ନିର୍ଦ୍ଧାରିତ ଅବଧି ପାଇଁ ୮୦ ହଜାର ମାସିକ ଦରମା ମିଳିବ। ତେବେ ଏହା ବ୍ୟତୀତ ଅନ୍ୟ କୌଣସି ଆଲାଉନ୍ସ ଦିଆଯିବ ନାହିଁ। କିନ୍ତୁ ଯଦି କାହାର ୧୨ ମାସ ପରେ ଅବଧି ବଢ଼ାଯାଉଛି ତେବେ ତାଙ୍କୁ ମାସିକ ୯୦୦୦୦ ଟଙ୍କାର ମାସିକ ଦରମା ଦିଆଯିବ।
ପ୍ରଧାନ ବିଚାରପତି ଏବଂ ଅନ୍ୟ ସୁପ୍ରିମକୋର୍ଟ ବିଚାରପତିଙ୍କ ସହାୟତା ପାଇଁ ଆଇନ୍ ଅନୁଯାୟୀ ଚାରି କ୍ଲର୍କଙ୍କୁ ନିୟୋଜିତ କରାଯାଇଥାଏ। ଯେଉଁଥିରେ ପ୍ରଥମ ଦୁଇ ଜଣକୁ ବାଧ୍ୟତାମୂଳକ ଭାବରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଚୟନ ପ୍ରକ୍ରିୟା ମାଧ୍ୟମରେ ବଛାଯାଇଥାଏ। ତେବେ ଆବଶ୍ୟକ ପଡ଼ିଲେ ବିଚାରପତି ପଞ୍ଚମ କ୍ଲର୍କ ମଧ୍ୟ ନେଇପାରିବ । ସୂଚନା ଯେ, ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ନୂଆ ମାମଲାର ସଂକ୍ଷିପ୍ତ ସାରାଂଶ ପ୍ରସ୍ତୁତ କରିଥାନ୍ତି ଲ କ୍ଲର୍କ୍ । ଏହା ସହ ସେମାନେ ନିୟମିତ ଶୁଣାଣିର ସାରାଂଶ କରିଥାନ୍ତି ଏବଂ ନିୟମିତ ଶୁଣାଣି ସମୟରେ କରାଯାଇଥିବା ସବୁ ତର୍କକୁ ନୋଟ୍ କରିଥାନ୍ତି।