ନିୟମରେ ପରିବର୍ତ୍ତନ : ଯଦି କରିବେନି ଏହି କାମ ପରବର୍ତ୍ତୀ ସମୟରେ ମିଳିବନି ଏଲପିଜି ଗ୍ୟାସ୍ ସିଲିଣ୍ଡର
![](https://thetruths.in/wp-content/uploads/2021/11/LPG-Gas-Booking.jpg)
ନୂଆଦିଲ୍ଲୀ : ଯଦି ଆପଣଙ୍କର ଏଲପିଜି ଗ୍ୟାସ୍ କନେକ୍ସନରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇନାହିଁ, ତେବେ ଏହାକୁ ତୁରନ୍ତ କରି ନିଅନ୍ତୁ, ନଚେତ୍ ପରବର୍ତ୍ତୀ ସମୟରୁ ଗ୍ୟାସ୍ ସିଲିଣ୍ଡର ମିଳିବ ନାହିଁ । ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡନେ ଗ୍ୟାସର ମ୍ୟାନେଜର ଗ୍ୟାସ ହୋମ୍ ଡେଲିଭରୀ କରୁଥିବା କର୍ମଚାରୀଙ୍କୁ ବୁକିଂ ନକରି ଗ୍ୟାସ ସିଲିଣ୍ଡର ଦେବାକୁ ବାରଣ କରିଛନ୍ତି । ଗ୍ୟାସର କଳା ମାର୍କେଟିଂ ବନ୍ଦ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ମ୍ୟାନେଜର ରବି ମେହେରା କହିଛନ୍ତି ଯେ ହଲଦୱାନି ଓ କାଠଗୋଡାମ ଗ୍ୟାସ ଏଜେନ୍ସିରେ ପ୍ରାୟ ୫୫ ହଜାର ଉପଭୋକ୍ତା ଅଛନ୍ତି ।
ସେଥିମଧ୍ୟରୁ ୫୦ ହଜାର ଉପଭୋକ୍ତା ନିୟମିତ ଭାବେ ଗ୍ୟାସ ନେଉଥିବାବେଳେ ପ୍ରାୟ ୫ ହଜାର ଉପଭୋକ୍ତା ସେମାନଙ୍କ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିନାହାଁନ୍ତି । ଯେଉଁଥିପାଇଁ ସେମାନଙ୍କର ଗ୍ୟାସ୍ ବୁକିଂ କରାଯାଉନାହିଁ । ଏପରି ଲୋକମାନେ ବୁକିଂ ନକରି ଗ୍ୟାସ ଭର୍ତ୍ତି କରୁଛନ୍ତି । ଯଦି ଗ୍ୟାସ୍ ବୁକ୍ ଅପଡେଟ୍ ହୋଇନାହିଁ, ତେବେ ସେମାନଙ୍କର ସଂଯୋଗ ମଧ୍ୟ ବନ୍ଦ ହୋଇପାରେ । ତେଣୁ, ଏହିପରି ଗ୍ରାହକମାନେ ସେମାନଙ୍କ ଗ୍ୟାସ ଏଜେନ୍ସିକୁ ଯାଇ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଉଚିତ୍ । ମନେ କରାଯାଉଛି ଯେବେଠାରୁ ଗ୍ୟାସ ସବସିଡି ବନ୍ଦ ହୋଇଗଲାଣି, ଲୋକମାନେ ବୁକିଂ ବନ୍ଦ କରିଦେଇଛନ୍ତି । ଲୋକମାନେ ବୁକିଂ ନକରି ରାସ୍ତାରେ ଆସୁଥିବା ଗ୍ୟାସ ଗାଡିରୁ ସିଲିଣ୍ଡର ନେଉଛନ୍ତି । ମନେ କରାଯାଉଛି ଯେ ଏଥିପାଇଁ ସହରରେ କଳା ବଜାରର ଖେଳ ଚାଲିଛି ।
ନଭେମ୍ବର ୧ ଠାରୁ ଅନେକ ନିୟମ ବଦଳିଛି । ଏହି କ୍ରମରେ, ଏଲପିଜି ସହିତ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି । ନୂତନ ନିୟମ ଅନୁଯାୟୀ, ଗ୍ୟାସ୍ ବୁକିଂ ଉପରେ ଆପଣଙ୍କ ମୋବାଇଲରେ ଓଟିପି ଆସିବ, ଯାହାକୁ ଗ୍ୟାସ୍ ବିତରଣ କରିବାକୁ ଆସୁଥିବା ଡେଲିଭରି ବୟକୁ ଦେବାକୁ ପଡିବ । ଏହି ଓଟିପି କେବଳ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ । ଅର୍ଥାତ ଯଦି ଆପଣଙ୍କର ମୋବାଇଲ୍ ନମ୍ବର ଆପଣଙ୍କ ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ ହୋଇନାହିଁ, ତେବେ ଓଟିପି ଆପଣଙ୍କ ଫୋନ୍ ନମ୍ବରରେ ଆସିବ ନାହିଁ ଏବଂ ଆପଣ ଏଲପିଜି ସିଲିଣ୍ଡର ବୁକ୍ କରିପାରିବେ ନାହିଁ ।
କେବଳ ଏତିକି ନୁହେଁ, ଯଦି ଆପଣ ଆପଣଙ୍କ ଡେଲିଭରି ବୟକୁ ଓଟିପି ନ କହିବେ, ତେବେ ସେ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବେ ନାହିଁ । ଏହାର ଅର୍ଥ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏପରି ପରିସ୍ଥିତିରେ, କୌଣସି ଅସୁବିଧାକୁ ଏଡାଇବା ପାଇଁ ଆପଣ ବିନା ବିଲମ୍ୱ କରି ତୁରନ୍ତ ଆପଣ ଏଲପିଜି ଗ୍ୟାସ୍ ଏଜେନ୍ସିରେ ନିଜ ନମ୍ୱର ପଞ୍ଜୀକୃତ କରନ୍ତୁ । ଆପଣଙ୍କୁ କହିରଖୁଛୁ ଯେ ଏହି ନିୟମ କେବଳ ଘରୋଇ ସିଲିଣ୍ଡର ଉପରେ ପ୍ରଯୁଜ୍ୟ ହେବ ।