ଆଜି ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ, ବାଲୁକା କଳାରେ ସଫଳତା କାମନା କଲେ ସୁଦର୍ଶନ ପଟ୍ଟନାୟକ
![](https://thetruths.in/wp-content/uploads/2023/07/Chandrayana-3-Sand-Art.jpg)
ଭୁବନେଶ୍ୱର : ଆଜି ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବାଲୁକା କଳାରେ ଚନ୍ଦ୍ରୟାନ-୩ର ସଫଳତା କାମନା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସଫଳ ଲ୍ୟାଣ୍ଡି ପାଇଁ ଇସ୍ରୋ ପକ୍ଷରୁ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଥିବା ବେଳେ ବାଲୁକାଶିଳ୍ପୀ ସୁଦର୍ଶନ ଏହାର ସଫଳତା କାମନା କରିଛନ୍ତି । ବାଲୁକା କଳା ମାଧ୍ୟମରେ ଚନ୍ଦ୍ରୟାନ-୩କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।
ସୂଚନା ଯେ, ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆଜି ଅପରାହ୍ନ ୨ଟା ୩୫ରେ କରାଯିବ ଚନ୍ଦ୍ରଯାନ-୩ର ଉତକ୍ଷେପଣ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀହରିକୋଟାରୁ ଏଲଭିଏମ-୩ ରକେଟ୍ ଦ୍ବାରା ମହାକାଶକୁ ପ୍ରେରଣ କରାଯିବ । ଗତ ଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା ।