୨୮ ଯାଏଁ ପ୍ରବଳ ବର୍ଷା ସମ୍ଭାବନା : ଆଜି ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
![](https://thetruths.in/wp-content/uploads/2022/06/Rainfall.jpg)
ଭୁବନେଶ୍ୱର : ସାରା ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ଲାଗି ରହିଛି । ମୌସୁମୀକୁ ଘୂର୍ଣ୍ଣିବଳୟ ସଶକ୍ତ କରୁଥିବା ହେତୁ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ସହିତ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଭୁବନେଶ୍ୱର ଆଂଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଇତ୍ୟାଦି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ରବିବାର ୭ଟି ଜିଲ୍ଲା ପାଇଁ ଏବଂ ୨୮ ତାରିଖରେ ୪ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ୨୮ ତାରିଖରୁ ପାଗରେ ପରିବର୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ କହିବାନୁସାରେ ଏ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ମୌସୁମୀ ପହଂଚିଯିବା କଥା । ତେବେ ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡରେ ଖୁବଶୀଘ୍ର ଏହା ପହଂଚିଯିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ କିଛି ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଥିଲେ ହେଁ ବର୍ଷା ପରିମାଣ ଅତ୍ୟନ୍ତ କମ୍ ରହିଛି । କେରଳରେ ସମୟ ପୂର୍ବରୁ ଏହା ପହଂଚିଥିଲା । କିନ୍ତୁ ଏଠାରେ ଏ ପର୍ଯ୍ୟନ୍ତ ୬୦% କମ୍ ବର୍ଷା ହୋଇଛି । ଜମ୍ମୁ-କାଶ୍ମୀର ମୌସୁମୀକୁ ଅପେକ୍ଷା କରିଥିଲେ ହେଁ ଏଠାରେ ୧୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେଲଙ୍ଗାନା ଓ ତାମିଲନାଡୁରେ ସାମାନ୍ୟରୁ ଅଧିକ ବର୍ଷା ହୋଇଛି ।