ନବରାତ୍ରୀରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ମିଳିବ ୧୮ ମାସର ବକେୟା ରାଶି !
![](https://thetruths.in/wp-content/uploads/2022/09/7th-Pay-Commission.jpg)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀଙ୍କୁ ପୁଣି ଥରେ ଉପହାର ପ୍ରଦାନ କରିପାରନ୍ତି । ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତାର ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ଆପଣ ଶୀଘ୍ର ବଡ଼ ଖୁସି ପାଇବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଆପଣଙ୍କ ବ୍ୟାଙ୍କ ଖାତାରେ ମହଙ୍ଗା ଭତ୍ତାର ବର୍ଦ୍ଧିତ ଟଙ୍କା ଆସିପାରେ । କେନ୍ଦ୍ର ସରକାର ନବରାତ୍ରୀରେ ଆପଣଙ୍କର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟରର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।
କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆସନ୍ତା ମାସରେ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶିକୁ ନେଇ ଭଲ ଖବର ମିଳିପାରେ । ସେପ୍ଟେମ୍ବରରେ ନ୍ୟାସନାଲ କାଉନସିଲ୍ ଅଫ୍ ଷ୍ଟାଫ୍ ସାଇଡ୍ ର ସଚିବ ଦ୍ୱାରା କ୍ୟାବିନେଟ୍ ସଚିବ ଓ ରାଷ୍ଟ୍ରୀୟ ପରିଷଦର ସଭାପତିଙ୍କୁ ଚିଠି ଲେଖିବା ପରେ ପିଏମ ମୋଦିଙ୍କୁ ପେନସନଭୋଗୀଙ୍କ ଜ୍ଞାପନ ଦେବା ପରେ ସେପ୍ଟେମ୍ବରରେ ବକେୟା ରାଶି ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି । ଯଦି ରାଶି ପ୍ରଦାନ କରାଯାଏ, କର୍ମଚାରୀ-ପେନସନଭୋଗୀଙ୍କ ସ୍ତର ଅନୁଯାୟୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ ।
ବାସ୍ତବରେ, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ବକେୟା ବିଚାରାଧୀନ ଅଛି । ଏ ସମ୍ପର୍କରେ ଅନେକ ପର୍ଯ୍ୟାୟର ବୈଠକ ଅନୁଷ୍ଠିତ ହୋଇଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ନିକଟ ଅତୀତରେ ପେନସନଭୋଗୀ ସଂଘ ବକେୟା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ଆବେଦନ କରି ପିଏମ ମୋଦିଙ୍କୁ ଏକ ଜ୍ଞାପନ ପ୍ରଦାନ କରିଥିଲେ । ଏଥି ସହିତ କର୍ମଚାରୀ ସଂଘ ମଧ୍ୟ ଏହାର ସମାଧାନ ପାଇଁ ଦାବି କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ମଚାରୀ-ପେନସନଭୋଗୀଙ୍କ ଚାପ ବଢ଼ିବା ପରେ ମୋଦି ସରକାର ସେପ୍ଟେମ୍ବରରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।
ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ, ଡିଏ ବକେୟାକୁ ନେଇ ସରକାର ବିଚାର କରିବେ ଓ ଏହାର ସମାଧାନ ବାଟ ବାହାର କରିବେ । ନ୍ୟାସନାଲ କାଉନ୍ସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କାଉନ୍ସିଲ ସରକାରଙ୍କ ଆଗରେ ନିଜର ଦାବି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।
କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ । ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -୧ କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -୧୩ କିମ୍ବା ଲେଭଲ୍ -୧୪ ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।