କୋଭିଡ ରୋଗୀଙ୍କର ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ : ନିର୍ଦ୍ଦେଶକ
ଭୁବନେଶ୍ୱର : କୋବିଡ ରୋଗୀଙ୍କ ଟିକିତ୍ସା ନେଇ କ୍ୟାପିଟାଲ ହସପିଟାଲ ସମ୍ପୂର୍ଣ ରୂପେ ପ୍ରସ୍ତୁତ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି ଯେ ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି । ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି । କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି । ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ । ସେ କହିଛନ୍ତି ଯେ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ । ଆମେ କିଭଳି ପ୍ରସ୍ତୁତ ରହିଛନ୍ତି ସେଥିପାଇଁ ମକଡ୍ରିଲ କରାଯିବାକୁ କୁହାଯାଇଛି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର , ପରମେଡିକସ , ବିଭାଗୀୟ ମୁଖ୍ୟଙ୍କ ଭଳି ସମସ୍ତ ଲୋକେ ଏହି ଡ୍ରିଲରେ ରହିବେ । କ୍ୟାପିଟାଲ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି । ଯେହେତୁ କୋଭିଡ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡର ବ୍ୟବସ୍ଥା ନାହିଁ, ତଥାପି ଆସୁଥିବା କୋଭିଡ ରୋଗୀଙ୍କର କିଭଳି ଚିକିତ୍ସା କରାଯାଇପାରିବ ସେନେଇ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି । ପୂର୍ବପରି ଟେଷ୍ଟିଂ ବର୍ତ୍ତମାନ ମଧ୍ୟ ଚାଲିଛି । କୋଭିଡ ପରୀକ୍ଷା ପାଇଁ ଏତେ ଲୋକ ଏବେ ଆସିନାହାନ୍ତି । ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ । ଟିକାକରଣ ଏବେ ବନ୍ଦ ଅଛି, ନିର୍ଦ୍ଦେଶ ଆସିଲେ ପୁଣି ଏହା ଆରମ୍ଭ କରିାଯିବ ବୋଲି ସେ ସୂଚନା ଦେଇଛନ୍ତି ।