ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ବ୍ୟଭିଚାରୀ ବୋଲି କହିବା କ୍ରୁରତା : ବମ୍ବେ ହାଇକୋର୍ଟ
![](https://thetruths.in/wp-content/uploads/2022/03/Bombay-High-Court-1024x576.jpg)
ବମ୍ବେ : ବମ୍ବେ ହାଇକୋର୍ଟ ନିଜ ଆଦେଶରେ ଦର୍ଶାଇଛନ୍ତି ଯେ ଯଦି କୌଣସି ମହିଳା ନିଜ ସ୍ୱାମୀଙ୍କୁ ବିନା କୌଣସି ପ୍ରମାଣରେ ମଦୁଆ ଓ ବ୍ୟଭିଚାରୀ ବୋଲି କୁହନ୍ତି ତେବେ ଏହାକ୍ରୁରତା ଅଟେ । ଏହି ନିଷ୍ପତ୍ତିରେ କୋର୍ଟ ଫ୍ୟାମିଲି କୋର୍ଟର ସେହି ଆଦେଶକୁ ସମର୍ଥନ କରିଛନ୍ତି, ଯେଉଁଥିରେ ବିବାହକୁ ରଦ୍ଦ କରିବାକୁ କୁହାଯାଇଥିଲା ।
ଜଷ୍ଟିସ୍ ନିତିନ ଜାମଦାର ଓ ଶର୍ମିଲା ଦେଶମୁଖଙ୍କ ଏକ ଡିଭିଜନ୍ ବେଞ୍ଚ ଜଣେ ୫୦ ବର୍ଷୀୟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛି । ନିଜ ପିଟିସନରେ ମହିଳା ଜଣକ ପୁଣେରେ ଥିବା ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରିବାକୁ କହିଥିଲେ । ନଭେମ୍ବର ୨୦୦୫ ରେ ଫ୍ୟାମିଲି କୋର୍ଟ ଦ୍ୱାରା ଏହି ନିର୍ଦ୍ଦେଶ ପାରିତ ହୋଇଥିଲା । ମହିଳା ଜଣକ ଜଣେ ସେନା ଅଧିକାରୀଙ୍କୁ ବିବାହ କରିଥିଲେ । ହାଇକୋର୍ଟରେ ଏହି ମାମଲା ଚାଲିଥିବାବେଳେ ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ମହିଳା ଜଣକ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଓ ଚରିତ୍ରହୀନ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୌଳିକ ଅଧିକାର ମଧ୍ୟ ଦିଆଯାଇ ନଥିଲା । ବେଞ୍ଚ କହିଛନ୍ତି ଯେ ମହିଳା ଜଣକ କୌଣସି ପ୍ରମାଣ ବିନା ତାଙ୍କ ସ୍ୱାମୀଙ୍କୁ ଚରିତ୍ର ହରଣ କରିବାକୁ ଚେଷ୍ଟା କରିଛନ୍ତି ଓ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି, ତେଣୁ ଏହି ମାମଲା ଏକ ନିଷ୍ଠୁର ମାମଲା । କୋର୍ଟ କହିଛନ୍ତି ଯେ ମହିଳା ନିଜ ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ଦେଇନାହାଁନ୍ତି ।
ଏଥି ସହ ମହିଳାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ତରଫରୁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ଏଭଳି ଅଭିଯୋଗ ଯୋଗୁଁ ସେ ଡିପ୍ରେସନରେ ଚାଲି ଯାଇଥିଲେ । ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ମାନସିକ ସ୍ତରରେ ନିର୍ଯାତିତ ହୁଅନ୍ତି ଯେ ସେ ଏକାଠି ହେବାକୁ ସାହସ କରି ପାରନ୍ତି ନାହିଁ, ସେତେବେଳେ ଏହାକୁ କ୍ରୁରତା ଶ୍ରେଣୀରେ ରଖାଯାଇଥାଏ ।
ନିକଟରେ ମାଡ୍ରାସ ହାଇକୋର୍ଟ ବିବାହ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ବିବାହର ଅର୍ଥ କେବଳ ଶାରୀରିକ ଆନନ୍ଦ ପାଇବା ନୁହେଁ ବରଂ ପରିବାରକୁ ଆଗକୁ ବଢାଇବା । କୋର୍ଟ କହିଛନ୍ତି ଯେ ଏହା ହେଉଛି ଏକମାତ୍ର ଆଧାର, ଯେଉଁଥିରୁ ପରିବାରର ଶୃଙ୍ଖଳ ଆଗକୁ ବଢେ । କୋର୍ଟ କହିଛନ୍ତି ଯେ କୌଣସି ବିବାହରେ ପିଲାମାନେ ସେମାନଙ୍କୁ ଦାମ୍ପତ୍ୟ ଜୀବନ ମଧ୍ୟରେ ଏକାଠି ରଖିବାର ଆଧାର ଅଟନ୍ତି ।