ମା’ ରାବାଣୀ ମକର ମେଳା କମିଟି ପକ୍ଷରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ
![](https://thetruths.in/wp-content/uploads/2023/01/Blood-Donation-Camp-1-1024x541.jpg)
ନୀଳଗିରି : ନୀଳଗିରି ଏନ୍ଏସିର ବାଣପୁର ଠାରେ ଚାଲିଥିବା ମା’ ରାବଣୀ ମକରମେଳା ମହୋତ୍ସବ ଉପଲକ୍ଷେ ମା’ ରାବାଣୀ ମକର ମେଳା କମିଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୀଳଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ କର୍ଣ୍ଣ ଯୋଗଦେଇ ଯୁବପିଢ଼ୀ ହିଁ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଆଜିର ସମୟରେ ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ଯୁବ କମିଟିର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ବରେଣ୍ୟ ଅତିଥି ଭାବେ କାଉନସିଲର ସୁଲୋଚନା ଖଟୁଆ, ବିଦ୍ୟାଧର ଖଟୁଆ ଉପସ୍ଥିତ ରହିଥିଲେ । କମିଟିର ସଭାପତି ଶଶିକାନ୍ତ ବେହେରା, ସମ୍ପାଦକ ମାନସ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମେଡିକାଲ କର୍ମଚାରୀ ଯଥା ଡା. ସଞ୍ଜୟ ମହାନ୍ତି, ସରୋଜ ପଶା, ଗତିକୃଷ୍ଣ ମହାନ୍ତି, ଦେବାଂଶୁ ବେହେରା, ମାୟାଧର ପଣ୍ଡା, ସଂଗ୍ରାମ କେଶରୀ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ୫୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଥିବାବେଳେ କମିଟିର ସଦସ୍ୟ ନନ୍ଦ କିଶୋର ବେହେରା, ଦୟାନିଧି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ସତ୍ୟବ୍ରତ ବେହେରା, ଦିଗାମ୍ବର ବେହେରା, ଭଗବାନ ବେହେରା, ଅକ୍ଷୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।