କେଜ୍ରିୱାଲ, ମାନଙ୍କୁ କଳା ପତାକା ଦେଖାଇଲେ ବିଜେପି ସମର୍ଥକ
![](https://thetruths.in/wp-content/uploads/2022/10/BJP-Supporters-Showed-Black-Fag-to-Kejriwal-Mann.jpg)
ଗୁଜରାଟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ବିଧାନସଭାକୁ ଦୃଷ୍ଟିରେ ରଖି ଆଜି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସଭାସ୍ଥଳକୁ ଯିବା ସମୟରେ କିଛି ବିଜେପି ସମର୍ଥକ ଉଭୟ ନେତାଙ୍କୁ କଳା ପତାକା ଦେଖାଇବା ସହ ‘ମୋଦୀ-ମୋଦୀ’ ନାରା ଦେଇଥିଲେ ।
ଜନସଭାକୁ ସମ୍ବୋଧିତ କରିବା ସମୟରେ ଏହି ଘଟଣାକୁ ବଖାଣି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ମୋତେ କଳା ପତାକା ଦେଖାଇଥିବା ଲୋକଙ୍କୁ ମୁଁ ଭାଇ ବୋଲି ଭାବୁଛି । ଦିନେ ମୁଁ ସେମାନଙ୍କ ହୃଦୟ ଜିଣିବା ସହ ପାର୍ଟିରେ ସାମିଲ କରିନେବି ବୋଲି ମୋର ବିଶ୍ୱାସ ରହିଛି ।