ବଡ଼ ଘାଟିରେ ଗଛ ସହ ବାଇକ୍ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର
![](https://thetruths.in/wp-content/uploads/2023/07/Bike-Accident.jpg)
ଛତ୍ରପୁର : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ର ବଡ଼ ଘାଟିରେ ଶୁକ୍ରବାର ଅପରାହ୍ନ ୩ଟାରେ ଦୁର୍ଘଟଣା । ଦୁର୍ଘଟଣାରେ ଟୁନା ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ଜୟନ୍ତି ବେହେରା ଗୁରୁତର ହୋଇଛନ୍ତି। ଏମାନଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ପାଲୁର ନିକଟ ଗଜପତି ନଗର।
ଦୁହେଁ ବାଇକ୍ ଯୋଗେ ବାଲୁଗାଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ବଡ଼ ଘାଟିରେ ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଦୁହେଁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ରାଜପଥ ପାଟ୍ରୋଲିଂ ଟିମ୍ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଟୁନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଜୟନ୍ତିଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି।