ବିଜେପିକୁ ବଡ଼ ଝଟକା! ଏନଡିଏରୁ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ପ୍ରସ୍ତାବ ପାରିତ
ନୂଆଦିଲ୍ଲୀ: ତାମିଲନାଡୁରେ ବିଜେପିକୁ ବଡ଼ ଝଟକା। ଏଆଇଏଡିଏମକେ ସୋମବାର ବିଜେପି ନେତୃତ୍ବାଧୀନ ଏନଡିଏରୁ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛି। ଏ ପ୍ରସଙ୍ଗରେ ଦଳ ଏକ ପ୍ରସ୍ତାବ ପାରିତ କରିଛି।
ଏଆଇଏଡିଏମକେ ନେତାଙ୍କ ବୈଠକ ପରେ ପାର୍ଟୀର ଉପ ସଂଯୋଜକ ପି ମୁନୁସାମୀ କହିଛନ୍ତି, ‘‘ଏଆଇଏଡିଏମକେ ଆଜିଠାରୁ ବିଜେପି ଏବଂ ଏନଡିଏରୁ ସବୁ ସମ୍ପର୍କ ଛିନ୍ନ କରୁଛି।’’ ପାର୍ଟୀ କହିଛି ‘‘ବିଜେପିର ରାଜ୍ୟ ନେତୃତ୍ବ ଗତ ଏକ ବର୍ଷରୁ ଲଗାତାର ଆମ ପାର୍ଟୀର ପୂର୍ବତନ ନେତା, ଆମର ମହାସଚିବ ଏବଂ ଆମର କର୍ମୀଙ୍କ ଉପରେ ଅନାବଶ୍ୟକ ଟିପ୍ପଣି କରୁଛନ୍ତି। ଆଜିର ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି।’’
ରିପୋର୍ଟ ଅନୁଯାୟୀ, ରାଜ୍ୟ ଅଧ୍ୟକ୍ଷ ଏସ ଚକ୍ରବର୍ତ୍ତି କହିଛନ୍ତି ‘‘ ଆମର ନେତୃତ୍ବଙ୍କୁ ଅନ୍ନାମଲାଇଙ୍କୁ ହଟାଇବା ବିଚାର ପସନ୍ଦ ନୁହେଁ କାରଣ ସେ ପାର୍ଟୀକୁ ମଜବୁତ କରୁଛନ୍ତି ଆଉ ଏହାର ଉତ୍ତମ ଢଙ୍ଗରେ ବିସ୍ତାର କରୁଛନ୍ତି। ସେ କେବଳ ରାଜ୍ୟରେ ସନାତନ ଧର୍ମ ବିବାଦ ସମୟରେ ଅନ୍ନା ଦୁରାଇଙ୍କୁ ନେଇ ଟିପ୍ପଣୀ କରିଥିଲେ।’’