ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଡୋର ଟୁ ଡୋର ହେବ ରାସନ ବଣ୍ଟନ
![](https://thetruths.in/wp-content/uploads/2022/03/Big-Announcement-CM-Bhagwant-Mann-1024x683.png)
ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ଘୋଷଣା କରିଛନ୍ତି । ସେ ମଧ୍ୟ ଦିଲ୍ଲୀ ଭଳି ପଞ୍ଜାବରେ ଡୋର ଟୁ ଡୋର ରାସନ ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଭଗୱନ୍ତ ମାନ କହିଛନ୍ତି ଯେ ରାସନ ଘରକୁ ଘର ମାଗଣା ବିତରଣ କରାଯିବ । ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ପାଇଁ ସମୟ ମାଗିବେ । ସେହି ସମୟ ଭିତରେ ରାସନ ବଣ୍ଟାଯିବ ।
ଦିଲ୍ଲୀରେ ପୂର୍ବରୁ ଏହି ଯୋଜନା ପାଇଁ ବିବାଦ ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ରାସନ ବଣ୍ଟନ ଘୋଷଣା କରିଥିିଲେ । ଏହି ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀର କେଜ୍ରିୱାଲ ସରକାର ମୁହାଁମୁହିଁ ହୋଇଥିଲେ । କେନ୍ଦ୍ର ଏହି ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି । ଏପରିକି ଏହି ମାମଲାରେ କୋର୍ଟରେ ପହଞ୍ଚିଥିଲା ।
କ୍ଷମତା ଗ୍ରହଣ କରିବା ପରଠାରୁ ଭଗୱନ୍ତ ମାନ୍ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି । ଭଗୱନ୍ତ ମାନ ବିଧାୟକଙ୍କ ପେନସନରେ ପରିବର୍ତ୍ତନ କରିଛନ୍ତି । ମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନଠାରୁ ବିଧାୟକମାନେ ଥରେ ପେନସନ ପାଇବେ । ପ୍ରତ୍ୟେକ ଥର କେହି ଜଣେ ବିଧାୟକ ହୋଇଗଲେ, ପେନସନ ପରିମାଣ ଯୋଡାଯାଉଥିଲା । କେବଳ ଏତିକି ନୁହେଁ, ମାନ ମଧ୍ୟ ବିଧାୟକଙ୍କ ପରିବାର ଦ୍ୱାରା ପ୍ରାପ୍ତ ପେନସନରେ କଟକଣା ଘୋଷଣା କରିଛନ୍ତି ।