ଭାରତ ଯୋଡୋ ଯାତ୍ରା ; ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ପରିବାର
ନୂଆଦିଲ୍ଲୀ : ଦିବଙ୍ଗତ ସାମ୍ବାଦିକା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଗୌରୀ ଲଙ୍କେଶଙ୍କ ମା’ ଇନ୍ଦିରା ଲଙ୍କେଶ ଓ ଭଉଣୀ କବିତା ଲଙ୍କେଶ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହୋଇଛନ୍ତି । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାସ୍ଥିତ ବେଲୁର କ୍ରସରେ ଉଭୟ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିଥିଲେ । ଏହି ସମୟରେ ରାହୁଲ ସାମ୍ବାଦିକା ଗୌରୀଙ୍କ ମା’ ଇନ୍ଦିରାଙ୍କ ହାତ ଧରି ଚାଲିଥିଲେ । ଗୌରୀଙ୍କ ପରିବାର ଏହି ଯାତ୍ରାରେ ସାମିଲ ହେବାକୁ ନେଇ ରାହୁଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଗୌରୀ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବରରେ ବାଙ୍ଗାଲୁରୁର ରାଜେଶ୍ୱରୀ ନଗରସ୍ଥିତ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ହତ୍ୟା ମାମଲା ଏବେ କୋର୍ଟରେ ରହିଛି ।