ବାହାନଗା ଟ୍ରେନ ଟ୍ରାଜେଡ଼ି : ମୃତଦେହଗୁଡିକର ଦାବିଦାର ନ ମିଳିଲେ କରାଯିବ ସତ୍କାର
![](https://thetruths.in/wp-content/uploads/2023/06/Bahanaga-Train-Tragedy-1024x727.jpeg)
Balasore: Rescue operation underway at the site where Coromandel Express, Bengaluru-Howrah Express and a goods train met with an accident, in Balasore district, on Saturday, June 03, 2023. At least 260 people were killed and 900 others suffered injuries, according to officials. (Photo: Biswanath swain/IANS)
ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ବାକି ଥିବା ୮୧ଟି ମୃତଦେହ ହସ୍ତାନ୍ତର ହୋଇପାରୁନାହିଁ। ଏସବୁ ମୃତଦେହ ଭୁବନେଶ୍ବର ଏମ୍ସରେ ସଂରକ୍ଷଣ କରି ରଖାଯାଇଛି । ଯେଉଁ ମୃତଦେହର ଦାବିଦାର ନଆସିବେ, ସେବୁର ସତ୍କାର କରିଦିଆଯିବ ବୋଲି ଭୁବନେଶ୍ୱର ଏମ୍ସ ଅତିରିକ୍ତ ଅଧୀକ୍ଷକ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି ।
ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ମୃତଦେହଗୁଡିକ ସମ୍ମାନର ସହ ସତ୍କାର କରିଦିଆଯିବ । ଏମ୍ସରେ ଆଉ ୮୧ ମୃତଦେହ ଆଉ ଅଛି । ଏହବୁର ହସ୍ତାନ୍ତର ପାଇଁ ଡିଏନ୍ଏ ଟେଷ୍ଟ କରାଯାଉଛି । ଏଥିପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି । ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନ୍ଏ ମ୍ୟାଚିଂ ଡେରି ହେଉଛି ବୋଲି ତ୍ରିପାଠୀ କହିଛନ୍ତି।