ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍
ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଭଗୱନ୍ତ ମାନ୍ ଶପଥ ନେଇଛନ୍ତି । ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ବୁଧବାର ଶପଥଗ୍ରହଣ ଉତ୍ସବରେ ଭଗୱନ୍ତ କହିଛନ୍ତି ଯେ, ମୁଁ ଏଠାରେ ଶପଥ ନେବାର ଏକ କାରଣ ରହିଛି ।
ଯେଉଁମାନେ ଏହି ରାଷ୍ଟ୍ରକୁ ଆମକୁ ଦେଇଛନ୍ତି ସେମାନଙ୍କୁ ଆମେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଆପ୍ ୯୨ଟି ସିଟ୍ ହାତେଇ ଜବରଦସ୍ତ ବିଜୟ ହାସଲ କରିଥିଲା । ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଓହ୍ଲାଇ ଥିଲା । ତେବେ ଏହି ନିର୍ବାଚନରେ ସୁବଠାରୁ ପୁରୁଣା ଦଳ କଂଗ୍ରେସ୍ ଏବଂ ବିଜେପିକୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ଆପ୍ । ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟର କ୍ଷମତା ହାତେଇଛି ଆପ୍ । ତେବେ ସଙ୍ଗରୁର୍ ଜିଲ୍ଲାର ଧୁରି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ନେତା ଦଲଭିର ସିଂହଙ୍କୁ ୫୮,୨୦୬ ଖଣ୍ଡ ଭୋଟରେ ପରାସ୍ତ କରି କରିଥିଲେ । । ୪୮ ବର୍ଷୀୟ ମାନ୍ ୧୯୭୦ ଠାରୁ ପଞ୍ଜାବରେ ଜଣେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।