ଜୁନ୍ରୁ ଜୁଲାଇ ମଧ୍ୟରେ ଭାରତରେ ବ୍ୟାନ୍ ହୋଇଛି ୨୩ ଲକ୍ଷରୁ ଅଧିକ ଟ୍ବିଟର ଆକାଉଣ୍ଟ
![](https://thetruths.in/wp-content/uploads/2023/08/Twitter.jpg)
ନୂଆଦିଲ୍ଲୀ : ମସ୍କଙ୍କ ହାତକୁ ନିୟନ୍ତ୍ରଣ ଯିବା ପରେ ଟ୍ବିଟରରେ ଅନେକ ପରିବର୍ତ୍ତନ ହୋଇଛି। ଏମିତିକି ପୂରା ଟ୍ବିଟର ନାଁ ବଦଳି ‘ଏକ୍ସ’ ହୋଇଛି। ଏହାରି ମଧ୍ୟରେ କମ୍ପାନି ଭାରତରେ ରେକର୍ଡ ସଂଖ୍ୟକ ଆକାଉଣ୍ଟ ବ୍ୟାନ୍ କରିଛି। କ୍ମମ୍ପାନି ଜୁନ୍ରୁ ଜୁଲାଇ ମଧ୍ୟରେ ୨୩,୯୫, ୪୯୫ ଆକାଉଣ୍ଟ ବ୍ୟାନ୍ କରିଛି।
ଏହି ଆକାଉଣ୍ଟକୁ ବ୍ୟାନ୍ କରିବାର ମୁଖ୍ୟ କାରଣ ହେଉଛି, ଏହି ଆକାଉଣ୍ଟ ଶିଶୁ ନିର୍ଯ୍ୟାତନା ଏବଂ ନଗ୍ନତା ପ୍ରସାରିତ ହେଉଥିଲା । ଏହା ବ୍ୟତୀତ ପ୍ଲାଟଫର୍ମ ୧,୭୭୨ ଆକାଉଣ୍ଟକୁ ଦେଶରେ ଆତଙ୍କ ଖେଳାଇବା କାରଣରୁ ହଟାଯାଇଛି। ସୂଚନାଥାଉକି, ଏହି ଆକାଉଣ୍ଟ୍ ବ୍ୟାନ୍ ସୂଚନା ସବୁ ସୋସିଆଲ ମିଡିଆ କମ୍ପାନିଙ୍କୁ ଆଇଟି ରୁଲ୍ସ ୨୦୨୧ ଅନୁଯାୟୀ ଦେବାକୁ ହୋଇଥାଏ।
ସୂଚନାଥାଉକି, ଏଲନ୍ ମସ୍କ ଟ୍ବିଟରକୁ ଏବେ ‘ଏକ୍ସ’ରେ ପରିବର୍ତ୍ତନ କରିଛନ୍ତି। ଏହି ପ୍ଲାଟଫର୍ମର ଲୋଗୋ ଏବଂ ନାମ ବଦଳିଛି। ଏହା ସହ ମସ୍କ ଏଥିରେ ମନିଟାଇଜେସନର ଆରମ୍ଭ ମଧ୍ୟ କରିଛନ୍ତି। ଯାହା ଅନୁଯାୟୀ କମ୍ପାନି ବିଜ୍ଞାପନରୁ ମିଳୁଥିବା ରାଶିର ଏକ ଅଂଶ ୟୁଜର୍ସଙ୍କ ସହ ଶେୟାର କରିବ।
ଭାରତରେ ମଧ୍ୟ କମ୍ପାନି ଏହାର ଅନେକ ୟୁଜର୍ସଙ୍କୁ ପେମେଣ୍ଟ ଦେବା ଆରମ୍ଭ କରିଦେଇଛି। ଏହା ବ୍ୟତୀତ କମ୍ପାନି ନିଜ ପ୍ଲାଟଫର୍ମରେ ଖୁବ୍ଶୀଘ୍ର ଭିଡିଓ କଲିଂର ଫିଚର ଯୋଡ଼ିପାରେ। ଏକ ଇଣ୍ଟରଭ୍ୟୁ ସମୟରେ ସିଇଓ ଲିଣ୍ଡା ୟାକାରିନୋ କହିଥିଲେ ଯେ, ମସ୍କ ଏହି ପ୍ଲାଟଫର୍ମକୁ ମାଇକ୍ରୋବ୍ଲଗିଂ ସାଇଟରୁ ବଦଳାଇ Everything App କରିବାକୁ ଚାହୁଛନ୍ତି। ମସ୍କ ମଧ୍ୟ ଏହାର ସଙ୍କେତ ପୂର୍ବରୁ ଦେଇସାରିଛନ୍ତି।