ଏହି କାରଣରୁ ଭାଙ୍ଗିଥିଲା ନୀଲମ କୋଠାରି ଏବଂ ବବି ଦେଓଲଙ୍କ ସମ୍ପର୍କ, ଜାଣନ୍ତୁ କଣ
![](https://thetruths.in/wp-content/uploads/2022/09/Neelam-Kothari-Bobby-Deol-1024x768.jpg)
ମୁମ୍ଵାଇ : ଅଭିନେତ୍ରୀ ନୀଲମ କୋଠାରି ତାଙ୍କ ସମୟରେ ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେହି ସମୟରେ କିଛି କଳାକାର ନୀଲମଙ୍କ ବିଷୟରେ ଅତ୍ୟନ୍ତ ଗମ୍ଭୀର ଥିଲେ । ସେମାନଙ୍କ ମଧ୍ୟ ବବି ଦେଓଲଙ୍କ ଥିଲା ନାମ। ଯିଏ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ । ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବବି ଦେଓଲ ଏବଂ ନୀଲମଙ୍କ ସମ୍ପର୍କ ୪-୫ ବର୍ଷ ଧରି ଚାଲିଥିଲା । ଉଭୟ ପରସ୍ପରର ଅତି ନିକଟତର ହୋଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏମିତ କଣ ହୋଇଥିଲା କି ବବି ଏବଂ ନୀଲମ ବିବାହ କରିପାରିନଥିଲେ । ବାସ୍ତବରେ ବବିଙ୍କ ପିତା ଧର୍ମେନ୍ଦ୍ର ଚାହୁଁ ନଥିଲେ ଯେ ତାଙ୍କ ପୁଅ ଜଣେ ଅଭିନେତ୍ରୀଙ୍କୁ ବିବାହ କରନ୍ତୁ। ଏହାର କାରଣ ଥିଲା ଯେତେବେଳେ ବବି ଧର୍ମେନ୍ଦ୍ରଙ୍କୁ ତାଙ୍କର ଏବଂ ନୀଲମଙ୍କ ବିଷୟରେ କହିଥିଲେ, ସେତେବେଳେ ତାଙ୍କୁ ଅଭିନେତ୍ରୀଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ଏମିତିରେ ବବି ତାଙ୍କ ବାପା କୌଣସି କଥା ମନା କରନ୍ତି ନାହିଁ । ଏଥିପାଇଁ ତାଙ୍କ ବିବାହ କରିବାର ଇଚ୍ଛା ରହିଯାଇଥିଲା । ବବିଙ୍କ ବ୍ୟତୀତ ନୀଲମଙ୍କ ନାମ ଅଭିନେତା ଗୋବିନ୍ଦାଙ୍କ ସହ ମଧ୍ୟ ଜଡିତ ଥିଲା। ଦୁହେଁ ଏକାଠି ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। କୁହାଯାଏ ଯେ ଏହି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ।
ଗୋବିନ୍ଦା ମଧ୍ୟ ନୀଲମଙ୍କୁ ବିବାହ କରିବାକୁ ଚାହୁଁଥିଲେ, ହେଲେ ଗୋବିନ୍ଦାଙ୍କ ନିର୍ବନ୍ଧ ସୁନୀତାଙ୍କ ସହ ହୋଇସାରିଥିଲା । ଗୋବିନ୍ଦାଙ୍କ ମା ଚାହୁଁଥିଲେ ଯେ ତାଙ୍କ ପୁଅ ସୁନୀତାଙ୍କୁ ବିବାହ କରନ୍ତୁ । ଗୋବିନ୍ଦା ମଧ୍ୟ ତାଙ୍କ ମା’ଙ୍କ କଥାକୁ ଏଡ଼ାଇ ନଥିଲେ । ଏହି କାରଣରୁ ଅଭିନେତା ନୀଲମଙ୍କଠାରୁ ଦୂରେଇ ଯାଇଥିଲେ।