ବାରଣାସୀ ବିମାନ ବନ୍ଦରକୁ ଡ୍ରୋନ ବମ୍ ସାହାଯ୍ୟରେ ଉଡାଇ ଦେବାକୁ ଧମକ , ସିଆଇଏସ୍ଏଫ୍ ଜବାନ ଆଲର୍ଟ
![](https://thetruths.in/wp-content/uploads/2023/03/3-2.jpg)
ବାରଣାସୀ : ବାବତପୁର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଉତର ରାଷ୍ଟ୍ରୀୟ ବିମାନ ବନ୍ଦରକୁ ରଙ୍ଗର ପୁର୍ଣ ହୋଲିରେ ଡ୍ରୋନ ବମ ସାହାଯ୍ୟରେ ଉଡାଇ ଦେବାକୁ ଧମକ ମିଳିଛି । ପତ୍ରମିଳିବା ପରେ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିଆଇଏସ୍ଏଫ୍ ଜବାନଙ୍କୁ ଆଲର୍ଟ କରାଯାଇଛି । ବାରଣାସୀ ବିମାନ ବନ୍ଦରର ଅଧିକାରୀ ଡିଜିସିଏ ଓ ଭାରତୀୟ ବିମାନ ପତନ ପ୍ରାଧିକରଣ ନୁଆଦିଲ୍ଲୀକୁ ଏହାର ସୁଚନା ଦିଆଯାଇଛି । ବିମାନ ବନ୍ଦରର ସୁରକ୍ଷାକୁ ନେଇ ବନ୍ଦରର କତୃପକ୍ଷ ଏବଂ ସୁରକ୍ଷା ଏଜେଂସିର ଜରୁରୀକାଳୀନ ବୈଠକ ହୋଇଛି । ଏହା ପରେ ଧମକଭରା ପତ୍ରକୁ ନେଇ ବିମାନ ବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ଶକ୍ତି ତ୍ରିପାଠୀ ଫୁଲପୁର ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫ୍ ଆଇ ଆର ମଧ୍ୟ ଦେଇଛନ୍ତି ।