ବାଲେଶ୍ୱର : ଭାଜପା ରେମୁଣା ତରଫରୁ ଭୋଟର ସଚେତନତା ମହାଅଭିଯାନ
![](https://thetruths.in/wp-content/uploads/2023/08/Voter-Awareness-Campaign-1024x489.jpg)
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପ ପରିସରରେ ରବିବାର ନୂଆସାହି ଛକ ନିକଟସ୍ଥ ରୟାଲ କ୍ୱୀନ ମଣ୍ଡପରେ ଭାରତୀୟ ଜନତା ପାର୍ଟି ରେମୁଣା ତରଫରୁ ଏକ ବିଶାଳ ଭୋଟର ସଚେତନତା ମହାଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କେମିତି ପ୍ରତ୍ୟେକ ବୁଥରେ ନୂତନ ଭୋଟର ଯୋଡ଼ିବେ, ବୁଥ୍ କେମିତି ମଜବୁତ୍ ହେବ, ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ଅଫିସ୍ ଘେରାଓ କରିବା ପାଇଁ ଆହ୍ୱାନ ଦେବା ସହ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଏକ ନମ୍ବର ଦେଶ ଭାବରେ ପରିଗଣିତ କରିବା ସହ ମୋଦୀ ଜୀଙ୍କ ଆହ୍ୱାନକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଶପଥ ଗ୍ରହଣ କରାଇଥିଲେ । ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଉପସ୍ଥିତ ଥିଲେ । ପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ଅତିଥି ପରିଚୟ କରିଥିଲେ । ଅତିଥି ପରିଚୟ ପରେ ସମସ୍ତେ ସାଙ୍ଗିକ ବନ୍ଦେ ମାତରଂ ଗାନ କରିଥିଲେ । ବୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧି, ମଣ୍ଡଳ ସଭାପତି, ବୁଥ ସଭାପତି, ବୁଥ ବିଏଲ୍ଏ ତଥା ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ, ସହପ୍ରମୁଖ ଏବଂ ଅନ୍ୟ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ କ୍ଷୀରଚୋରା ମଣ୍ଡଳ ସଭାପତି ମଳୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।