ବାଲେଶ୍ୱର : ଜାତୀୟ ରାଜପଥରୁ ମିଳିଲା ବସ୍ତା ବସ୍ତା ଟଙ୍କା
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ଜାତୀୟ ରାଜପଥ ଉପରୁ ମିଳିଲା ବସ୍ତା ବସ୍ତା ଟଙ୍କା । ଏନେଇ ରାସ୍ତାରେ ଯାଉଥିବା ଲୋକେ ମନଇଚ୍ଛା ଆବଶ୍ୟକ ମୁତାବକ ଟଙ୍କା ନେଇ ଯାଉଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର, ହେଲପର ଓ ଫାର୍ମାସିଷ୍ଟ ଏହା ଦେଖି ସେମାନେ ଟଙ୍କା ବସ୍ତା ଗୁଡିକୁ ନେଇ ଥାନାରେ ଜିମା ଦେଇଛନ୍ତି ।
ସୁଚନ ଯେ, ଶୁକ୍ରବାର ମଧ୍ୟାହ୍ନରେ ୬୦ ନଂ. ଜାତୀୟ ରାଜପଥ ହଳଦୀପଦା ନିକଟରେ ୨ଟି କଏନ୍ (ଟଙ୍କା) ଭର୍ତ୍ତି ବସ୍ତା ପଡିଥିଲା । ତେବେ ଏହା ଦେଖି ଲୋକେ ଯିଏ ଯେତିକି ପାରୁଥିଲେ ଟଙ୍କା ଉଠାଇ ନେଇଚାଲିଯାଉ ଥିଲେ । ମାତ୍ର ଜଳେଶ୍ୱର ଥାନାରେ ରହୁଥିବା ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଛାଡ଼ି ଜଳେଶ୍ୱରକୁ ଫେରୁଥିବା ସମୟରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଏହାକୁ ଦେଖି ଅଟକି ଥିଲେ । ସେମାନେ ବସ୍ତା ସବୁ ଖୋଲିବାରୁ ସେଥିରୁ ଦୁଇ ଟଙ୍କିଆ କଏନ ଦେଖିବାକୁ ପାଇଥିଲେ । ବସ୍ତା ଗୁଡିକୁ ନେଇ ଜଳେଶ୍ୱର ଥାନାରେ ଜିମା ଦେଇଥିଲେ । ବସ୍ତା ଗୁଡିକର ଆନୁମାନିକ ଓଜନ ୪୦ କିଗ୍ରା ହୋଇଥିବା ବେଳେ ସେଥିରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ୨ଟଙ୍କିଆ କଏନ ମିଳିଥିଲା । ଫଳରେ ଏପରି ମହାନୀୟତା କାର୍ଯ୍ୟ ପାଇଁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ବିମଳ ଦାସ, ହେଲପର ବିକାଶ ମହନ୍ତ ଓ ଫାର୍ମାସିଷ୍ଟ ବାପି ମହାନ୍ତିକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଅପରପକ୍ଷରେ ତେବେ ଏହି ଖୁଚୁରା ଟଙ୍କା ଜାତୀୟ ରାଜପଥ ଉପରକୁ କେଉଁଠୁ ଓ କାହାର ଏବଂ ରାସ୍ତା ଉପରକୁ କିପରି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।