ବାଲେଶ୍ୱର : କୋଭିଡ ଟିକା ପାଇଁ ଲାଞ୍ଚ ନେଉଥିବାର ଭିଡ଼ିଓ ଭାଇରାଲ
ବାଲେଶ୍ୱର : କୋଭିଡ ଟିକା ପାଇଁ ଲାଞ୍ଚ କାରବାର, ଭିଡ଼ିଓ ହେଲା ଭାଇରାଲ । ଏକଥା ଆମେ କହୁନୁ। ସାଧାରଣରେ ଚର୍ଚ୍ଚା ହେଉଛି। ଆଉ ଏହି ଭିଡ଼ିଓ ହେଉଛି ତାର ପ୍ରମାଣ। ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର। ଯେଉଁଠି ଜଣେ ଠିକା ସଂସ୍ଥାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଟଙ୍କା ନେଉଛନ୍ତି ଏବଂ କାଗଜ ରେ ମୋବାଇଲ ନମ୍ବର ଚିପି, କାହା ପାଇଁ ଲେଖାଯିବ ବୋଲି ପଚାରୁଛନ୍ତି। ଭଲ ଭାବେ ଶୁଣନ୍ତୁ। ଏବଂ ତାଙ୍କ ପଛପଟେ କମ୍ପ୍ୟୁଟର ଚାଲିଛି, ଏବଂ ଆଗରେ କିଛି ମେଡ଼ିସିନ ଓ ଡାହାଣ ପାଖରେ କିଛି କାଗଜ ରହିଛି। କାଗଜରେ ମୋବାଇଲ ନମ୍ବର ଚିପି ସେହି ଥାକ ଉପରେ ରଖୁଛନ୍ତି। ଯାହା ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି। ତେବେ ଏହା କୋଭିଡ ପରୀକ୍ଷା କିମ୍ବା କୋଭିଡ ଟିକା କରଣ ପାଇଁ ଲାଞ୍ଚ ନେଇ ପଞ୍ଜିକରଣ କରାଯାଉଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ସାରି, ଗରିବ ଠୁ ଧନୀ କେମିତି ସମସ୍ତେ ପର୍ଯ୍ୟାୟ କ୍ରମେ, ସୁରୁଖୁରୁରେ , ମାଗଣାରେ ଟିକା ନେଇ କରୋନାକୁ ହରାଇ, ବାଜିମାତ କରିବେ ଚିନ୍ତା କରୁଛନ୍ତି। ଅନ୍ୟପଟେ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ଅର୍ଥଲୋଭରେ ସବୁ ନୀତିନିୟମକୁ ଚୁଲିକୁ ଫିଙ୍ଗିଦେଉଛନ୍ତି, ଯାହା ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ, ଜଣେ ଦୁଇଜଣ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବିଭାଗକୁ ନିନ୍ଦିତ ହେବାକୁ ପଡୁଛି। ତେବେ ଘଟଣାରେ ଜଡ଼ିତ ଥିବା ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ, ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ, ନିଉଶ୍ରି ପାଣିଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ ଅବଗତ ଅଛନ୍ତି, ତଦନ୍ତ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୂଳେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।