ବାଲେଶ୍ୱର : ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସକୁ କୋଭିଡ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ
ବାଲେଶ୍ୱର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୦ ତମ ବଳିଦାନ ଦିବସ କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କୋଭିଡ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛି l ଏବେ ସାରା ଦେଶ କରୋନା ମହାମାରୀ ଭଳି ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି l ଏହି ଘଡିସନ୍ଧି ମୁହୂର୍ତ୍ତରୁ ରକ୍ଷା ପାଇବା ପାଇଁ କଂଗ୍ରେସ ଦଳ କୋଭିଡ ରୋଗୀଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେଉଛି l ପୂର୍ବରୁ ବାଲେଶ୍ୱର କଂଗ୍ରେସର ସଂସଦୀୟ ନେତା ନବଜ୍ୟୋତି ପଟନାୟକଙ୍କ ଉଦ୍ୟମକ୍ରମେ କୋଭିଡ ରୋଗୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା l ଆଜି ବଳିଦାନ ଦିବସ ପରିପ୍ରେକ୍ଷୀରେ ନବଜ୍ୟୋତି ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାରା ଜିଲ୍ଲାରେ ଦଳ ତରଫରୁ ୫୦,୦୦୦ ରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ କରାଯାଇଛି l ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ମାସ୍କ, ଏନ୯୫ ମାସ୍କ, ସର୍ଜିକାଲ ମାସ୍କ, ସାନିଟାଇଜର ଓ ସାନିଟାରୀ ନା୍ପକିନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି l ଏହି ଅବସରରେ ଦଳର ଜିଲ୍ଲା କୋଭିଡ ସଂଯୋଜିକା ଅର୍ଚନା ନନ୍ଦୀ, ବରିଷ୍ଠ ନେତା ଗୋପୀନାଥ ପାଢ଼ୀ, ମମତା କୁଣ୍ଡୁ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜୀବନ ମହାପାତ୍ର, ଦେବଦତ୍ତ ଦାସ, ସୌରଭ ବେହେରା, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ l