ବାଲେଶ୍ୱର : ଜିଲା କଂଗ୍ରେସ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ
![](https://thetruths.in/wp-content/uploads/2023/08/Rajiv-Gandhi-Birth-Anniversary-Celebrated-at-Balasore-District-Congress-Office.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତି ପାଳିତ ହୋଇଛି । ଜିଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଅନୁପସ୍ଥିତି ନିର୍ଦ୍ଦେଶ କ୍ରମେ ଅଣସଙ୍ଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ (କେକେସି)ର ଜିଲା ଅଧ୍ୟକ୍ଷ ବିକାଶ କୁମାର ଦାସଙ୍କ ତତ୍ତ୍ୱାବଧନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ଭାରତରେ କମ୍ପ୍ୟୁଟର, ମୋବାଇଲ, ଏଟିଏମ୍ ତଥା ଆଇଟି କ୍ଷେତ୍ରର ଭାରତରେ ପ୍ରସାର କରିବାର ଭୂମିକାକୁ ଉପସ୍ଥିତ ବ୍ୟକ୍ତିମାନେ ଗୁଣଗାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରତିମା ପଣ୍ଡା, ପୂର୍ବତନ ଜିଲା ମହିଳା କଂଗ୍ରେସ ସଭାପତି ବାସନ୍ତୀ ନାୟକ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ଓ ତୁଷାରକାନ୍ତି ତପସ୍ୱୀ, ଯୁବନେତା ଇନସାର ଅଲ୍ଲୀ ଖାଁ, ବିନିତା ବାରିକ, ସୁରେଶ ଜେନା, ଜୀବନ ବାରିକ, ଆରତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।