ବାଲେଶ୍ୱର : ବାବା ଲଙ୍ଗଳେଶ୍ୱର ପୀଠରେ ମହା ଶିବରାତ୍ରି ପାଳିତ
ଲଙ୍ଗଳେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ବାବା ଲଙ୍ଗଳେଶ୍ୱର ଶୈବପୀଠରେ ମହା ଶିବରାତ୍ରି ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଶୁକ୍ରବାର ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ, ସକାଳ ଧୂପ ସମେତ ସମସ୍ତ ନୀତିକାନ୍ତି ସହିତ ପୂଜାର୍ଚନା କରାଯାଇଥିଲା । ସକାଳ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେବ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲକ୍ଷାଧିକ ଭକ୍ତ ଙ୍କ ଭିଡ଼ ଲାଗିରହିଥିଲା । ମନ୍ଦିର ଠାରୁ ଏକ କିମି ଦୂର ଯାଏ ଚାରିଟି ଲମ୍ବା ଧାଡ଼ିରେ ଆସି ପୂଜା କରିବାରେ ଦେଖାଯାଇଥିଲା । ଶାନ୍ତି ଶୃଙ୍ଖଳା ସୁରକ୍ଷାର ମେଳା ପରିଚାଳନା କରାଯାଇଥିଲା ।
କିନ୍ତୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭିଡ଼ ହେଉଥିଲେ ହେଁ, ଦୋକାନୀ ମାନଙ୍କୁ ଜାଗା ଦିଆଯାଉଥିବରୁ ଜାଗର ଜାଳିବା ପାଇଁ ଭକ୍ତ ମାନଙ୍କ ପାଇଁ ଜାଗା ନ ଥିବାରୁ ଅସନ୍ତୋଷ ଦେଖାଯାଇଛି । ପରିମଳ ପାଇଁ ପାଣି କିମ୍ବା ଅସ୍ଥାୟୀ ପାଇଖାନା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ବାଲିଆପାଳ ତହସିଲଦାର ଜନକ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର, ବସ୍ତା ଏସ୍ଡିପିଓ ଅରୁଣ କୁମାର ସାହୁ, ସିଂଲା ଥାନା ଭାରପ୍ରାପ୍ତ ଅଧିକାରୀ ଭୁବନ ମୋହନ ସେଠି ଉପସ୍ଥିତ ରହି ମେଳା ପରିଚାଳନା କରିଥିଲେ । ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ବହୁ ସ୍ୱେଚ୍ଛାସେବୀ ମାନେ ଭକ୍ତଙ୍କ ଗହଳିକୁ ଶୃଙ୍ଖଳା ରକ୍ଷା କରିବା ସହିତ ପରିଚାଳନା କରିଥିଲେ ।