ବାଲେଶ୍ୱର : ଜାତୀୟ ରାଜପଥ ପେଟ୍ରୋଲ୍ ପମ୍ପରେ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍
![](https://thetruths.in/wp-content/uploads/2022/07/Petrol-Pump-Loot.jpg)
ସୋର : ବାଲେଶ୍ୱର ଜିଲା ସୋର-୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍। ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଲୁଟେରା। ଲୁଟ୍ ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ସୂଚନା ଯେ, ପେଟ୍ରୋଲ ପମ୍ପରେ ୩ ଜଣ ଯୁବକ ତେଲ ପକାଇବା ପରେ ଟଙ୍କା ଚେଞ୍ଜ କରିବାକୁ ନେଇ କର୍ମଚାରୀଙ୍କ ସହ ପ୍ରଥମେ ବଚସା କରିଥିଲେ। ପରେ ଯୁବକମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସ କାଚ ଭାଙ୍ଗି ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଆକ୍ରମଣରେ ପୋଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଅପରପକ୍ଷେ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟ୍ ବେଳର ପୂରା ଦୃଶ୍ୟ କଏଦ ହୋଇଛି l ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l