ବାଲେଶ୍ୱର : କୁରାଡ଼ିହା ସରପଞ୍ଚଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
![](https://thetruths.in/wp-content/uploads/2023/08/Kuradiha-Sarpanch-Niranjan-Dhal.jpg)
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ କୁରାଡ଼ିହା ପଞ୍ଚାୟତର ସରପଞ୍ଚ ନିରଞ୍ଜନ ଧଳ (୪୮)ଙ୍କ ଆତ୍ମହତ୍ୟା । ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ବସ୍ତା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ସରପଞ୍ଚ ଶ୍ରୀ ଧଳ ଭାଜପା ସମର୍ôଥତ ସରପଞ୍ଚ ଥିଲେ । ଜଣେ ଲୋକପ୍ରିୟ ଜନପ୍ରତିନିଧି ଭାବେ ସେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଭାଜପା ନେତା ମାନସ ଦତ୍ତ, ଗୌରାଙ୍ଗ ଚନ୍ଦ୍ର ଦାସ, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, କାର୍ତ୍ତିକ ପ୍ରଧାନ, ସରପଞ୍ଚ ନମିତା ଭୂୟାଁ, ବିଧାୟକ ସ୍ୱରୂପ ଦାସ, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ପରିଷଦ ସଭ୍ୟ ସଞ୍ଜୟ ସେଠୀଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କର ସ୍ତ୍ରୀ, ଦୁଇ ପୁଅ ଅଛନ୍ତି ।
ସୂଚନା ଯେ, ସରପଞ୍ଚ ଶ୍ରୀ ଧଳ ଗତ ୨୦୨୧ ରେ ଚିଙ୍ଗୁଡ଼ି ଚାଷ କରି କ୍ଷତିଗ୍ରସ୍ତ ହୋଇଥିଲେ । ଏଥିସହ ଲକ୍ଷାଧିକ ଟଙ୍କା ଧାର, କରଜ କରି ଶୁଝିବାରେ ଅସମର୍ଥ ହୋଇଥିଲେ । ଫଳରେ ସେ ଦୀର୍ଘ ଦିନ ଧରି ମାନସିକ ଭାବେ ଚାପଗ୍ରସ୍ତ ଓ ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ିଛି ।