ବାଲେଶ୍ୱର : ପୋଡ଼ାଶୁଳ ଠାରେ ଖୋଲିଲା ଇଣ୍ଡିଆନ ଅଏଲ୍ର ନୂତନ ପେଟ୍ରୋଲ ପମ୍ପ
![](https://thetruths.in/wp-content/uploads/2023/08/Petrol-Pump-1024x768.jpg)
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ୧୯ନଂ. ରାଜ୍ୟ ରାଜପଥ ପୋଡ଼ାଶୁଳ ଛକ ନିକଟରେ ଇଣ୍ଡିଆନ ଅଏଲ୍ର ଏକ ନୂତନ ପେଟ୍ରୋଲ ପମ୍ପ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ଫିତା କାଟି ଶୁଭାରମ୍ଭ କରିଥିଲେ ।
ସଜନାଗଡ଼ ଓ ନୀଳଗିରି ମଧ୍ୟରେ କୌଣସି ପେଟ୍ରୋଲ ପମ୍ପ ରହିନଥିବାରୁ ସ୍ଥାନୀୟ ଯାତ୍ରୀମାନେ ହଇରାଣ ହେଉଥିବା ବେଳେ ଉକ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପ ଆରମ୍ଭ ହେବା ଫଳରେ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଇଣ୍ଡିଆନ ଅଏଲ୍ର ନୂତନ ପେଟ୍ରୋଲ ପମ୍ପ ଆଖଣ୍ଡଳେଶ୍ୱର ସର୍ଭିସ୍ ଷ୍ଟେସନ ନାମରେ ନାମକରଣ ହୋଇଛି । ପ୍ରୋପାଇଟର ବନୋଜ କୁମାର ବିଶ୍ୱାଳ, ସମାଜସେବୀ ଆଦିକନ୍ଦ ବିଶ୍ୱାଳ ଓ ଇଣ୍ଡିଆନ ଅଏଲ୍ର ଏରିଆ ସେଲ୍ସ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।